Monday, March 2, 2026
21.7 C
Odisha

    ସ୍ବାମୀ-ସ୍ତ୍ରୀ ରାସ୍ତା ପାର୍‌ ହେଉଥିବାବେଳେ ଚଢ଼ିଗଲା ଟ୍ରକ, ସ୍ତ୍ରୀ ମୃତ

    ଆଗକୁ ପଢନ୍ତୁ

    ପାଟଣା    :   କେନ୍ଦୁଝର ଜିଲ୍ଲା ପାଟଣା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ଛକ ନିକଟରେ ଆଜି ପୂର୍ବାହ୍ନରେ ସ୍ବାମୀ ସ୍ତ୍ରୀ ରାସ୍ତା ପାର୍‌ ହେଉଥିବାବେଳେ ସ୍ତ୍ରୀଙ୍କ ଉପରେ ଟ୍ରକ୍‌ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପାଟଣା ଥାନା ଟାଙ୍ଗରପଡା ଗ୍ରାମର ଭୁଷୁକି ମୁଣ୍ଡା । ଉଭୟ ସ୍ବାମୀ ସ୍ତ୍ରୀ ବାଉଁଶୁଳି ଗ୍ରାମରେ ଏକ ଶୁଦ୍ଧିକ୍ରିୟାରେ ଯୋଗଦେଇ ଘରକୁ ଫେରିବା ପାଇଁ ବସ୍‌ ଧରିବାକୁ ରାସ୍ତା ପାର୍‌ ହେଉଥିବା ସମୟରେ ଟ୍ରକଟି ଧକ୍କା ଦେଇ ଚଢିଯାଇଥିଲା। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଗାଡି ମୋଟର ଚଳାଚଳରେ ବ୍ୟାହତ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବା ଯୋଗୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    43 %
    1.5kmh
    5 %
    Mon
    35 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ