Tuesday, September 23, 2025
25.4 C
Odisha

    ସ୍ବାୟତ୍ତ ଶାସନ ଦିବସରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି : ୭ ନୂଆ ମ୍ୟୁନିସପାଲିଟି, ୧୬ ନୂଆ NAC ହେଲା ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ବର ରେଳ ଅଡିଟୋରିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ ।

    ଏହି ଅବସରରେ ୭ ନୂଆ ମ୍ୟୁନିସପାଲିଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସିକା, ଛତ୍ରପୁର ନୂଆ ମ୍ୟୁନିସପାଲିଟି, କବିସୂର୍ଯ୍ୟନଗର ଓ ପୋଲସରା ନୂଆ ମ୍ୟୁନିସପାଲିଟି ହୋଇଛି । ସେହିପରି ୧୬ ନୂଆ NAC ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋଇସିଂହା, ସୋହେଲା, ବଡ଼ମ୍ବା, ନରସିଂହପୁର, ସାଲେପୁର, ଗଁଦିଆ, ଜଗନ୍ନାଥପ୍ରସାଦ, ପାତ୍ରପୁର, ଚଣ୍ଡିଖୋଲ, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମା, କପ୍ତିପଦା, ଯଶୀପୁର, ରାସଗୋବିନ୍ଦପୁର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    92 %
    1.1kmh
    100 %
    Tue
    26 °
    Wed
    26 °
    Thu
    28 °
    Fri
    29 °
    Sat
    27 °

    ସମ୍ବନ୍ଧିତ