Tuesday, March 24, 2026
21.9 C
Odisha

    ସ୍ୱଚ୍ଛତା ଅଭିଯାନକୁ ଜନ ଆନ୍ଦୋଳନରେ ପରିଣତ କରି ବିଶ୍ୱ ଦରବାରରେ ଭାରତୀୟଙ୍କୁ ଗର୍ବିତ କରିଛନ୍ତି ପ୍ରଧାନମନ୍ତ୍ରୀ: ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ୦୨/୧୦: ମୋଦିଜୀଙ୍କ ୭୪ ତମ ଜନ୍ମ ଜୟନ୍ତୀ ସେପ୍ଟେମ୍ବର ୧୭ରୁ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା “ସେବା ପକ୍ଷ” ଆଜି ଗାନ୍ଧି ଜୟନ୍ତୀରେ ଶେଷ ହୋଇଛି । ସେବା ପକ୍ଷ ପାଳନ ଅବସରରେ ରାଜ୍ୟବ୍ୟାପୀ ଦୀର୍ଘ ୧୫ ଦିନ ଧରି ବିଭିନ୍ନ ମନ୍ଦିର, ପୁଷ୍କରିଣୀ, ପାର୍କ, ଜଳାଶୟ ଆଦି ସ୍ଥାନରେ ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିିବିର, “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମ ଜରିଆରେ ବୃକ୍ଷରୋପଣ କରାଯାଇଥିଲା । ସେହିପରି ଜାରୀ ରହିଥିବା ସାଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪”କୁ ଆହୁରି ଅଧିକ ଗତିଶୀଳ କରାଯାଇଛି । ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ସେବାପକ୍ଷର ଶେଷ ଦିବସରେ ଆଜି ବିଶେଷ ଭାବେ ଦିବ୍ୟାଙ୍ଗମାନଙ୍କୁ ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପାର୍ଟୀର ସଦସ୍ୟ କରାଇଛନ୍ତି । ଆଜି ସାରା ଦେଶ ଗାନ୍ଧିଜୀଙ୍କ ୧୫୫ତମ ଜନ୍ମ ଜୟନ୍ତୀ ପାଳନ କରୁଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ଶାସ୍ୱତ ଓ ପ୍ରାସଙ୍ଗିକ ହୋଇ ରହିବା ସହିତ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣା ସାଜିଛି । ଗାନ୍ଧିଜୀ ସର୍ବଦା ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆସୁଥିଲେ ଏବଂ ଏହାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷରେ ଜନଆନ୍ଦୋଳନରେ ପରିଣତ କରିଛନ୍ତି । ସେ ଦେଶର ପ୍ରଧାନ ସେବକ ଭାବେ ନେତୃତ୍ୱ ନେଇ ଭାରତବର୍ଷକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି । ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଏବଂ ସେବା ପକ୍ଷର ଶେଷ ଦିନ ଉପଲକ୍ଷେ ବିଜେପି ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ସ୍ୱଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୁଥଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ପାର୍ଟୀର ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂ ଯାଦବ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲ୍‌ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ମୋଦିଙ୍କ ସ୍ୱଚ୍ଛଭାରତ ତୈଳ ଫଟୋଚିତ୍ର ଉନ୍ମୋଚନ କରାଯାଇଥିଲା । ସେବାପକ୍ଷରେ ସାମିଲ ହୋଇଥିବା ସଫେଇ ଓ ଆଶାକର୍ମୀ ଏବଂ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
    ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯେ, ମୋଦିଜୀ ଗତ ୧୦ ବର୍ଷ ହେବ ଯେଉଁଭଳି ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛନ୍ତି ତାହା ସବୁ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ଭାରତୀୟ ଜନତା ପାର୍ଟ ସମାଜର ସବୁ ବର୍ଗର ପାର୍ଟି । ଏହି ଦଳରେ ସାମିଲ ହୋଇ ଦେଶକୁ ଆଗେଇ ନେବାକୁ ଶ୍ରୀ ଯାଦବ ଆହ୍ୱାନ ଦେଇଥିଲେ ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ୱାନ “ଭୋକାଲ ଫର ଲୋକାଲ” ଏବଂ “ଖଦି ବସ୍ତ୍ର ପରିଧାନ”କୁ ଗୁରୁତ୍ୱ ଦେଉଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଖଦି ବୋର୍ଡ ବିକ୍ରୟ କେନ୍ଦ୍ରକୁ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଖଦିବସ୍ତ୍ର କିଣିବା ସହିତ ପ୍ରତ୍ୟେକ ପରିବାରକୁ ଖଦି ତିଆରି ବସ୍ତ୍ର କିଣିବା ପାଇଁ ସଚେତନତା କରିବା ସହ ଗ୍ରାମଦ୍ୟୋଗକୁ ପ୍ରୋତ୍ସାହନ କରିଥିଲେ ।
    ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ସେବାପକ୍ଷ ରାଜ୍ୟ ସହ ସଂଯୋଜିକା ଶ୍ରୀମତି ସ୍ମୃତି ପଟ୍ଟନାୟକ, ସଦସ୍ୟତା ଅଭିଯାନ ରାଜ୍ୟ ସଂଯୋଜକ ଶ୍ରୀ ଅଶୋକ ମିଶ୍ର, ସ୍ୱଚ୍ଛଭାରତ ପ୍ରକୋଷ୍ଠ ସଂଯୋଜକ ଶ୍ରୀ ମହେଶ ମହାନ୍ତି, ସହସଂଯୋଜକ ଶ୍ରୀମତି ପଦ୍ମଜା ଦେବତା, ଶ୍ରୀ ମହେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.9 ° C
    21.9 °
    21.9 °
    64 %
    1.9kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ