Thursday, August 20, 2026
24.2 C
Odisha

    ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ଦାବି କଲେ ବିରୋଧୀ ଦଳ ନେତା ନବୀନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ରାଜନୈତିକ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏକ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଇବାକୁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ।

    ନବୀନ କହିଛନ୍ତି ଯେ, ନୂଆ ନିୟମ ଅନୁସାରେ ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ବଢ଼ିଲେ ମଧ୍ୟ ସମଗ୍ର ଦେଶ ତୁଳନାରେ ଓଡ଼ିଶାର ଅଂଶ କମିଯିବ । ଏହାଦ୍ୱାରା ଜାତୀୟସ୍ତରରେ ଓଡ଼ିଶାର ସ୍ୱର ଦୁର୍ବଳ ହୋଇପାରେ । ଏହି ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହେବା ଦରକାର ବୋଲି ସେ କହିଛନ୍ତି ଏବଂ ଏଥିପାଇଁ ବିଜେଡି ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

    ପ୍ରସ୍ତାବିତ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍, ୨୦୨୬ କୁ ନେଇ ସେ ତାଙ୍କର ତିନି ପୃଷ୍ଠାର ଚିଠିରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଆସନ୍ତା ୩୦ ତାରିଖରେ ଗୋଟିଏ ଦିନ ପାଇଁ ବସିବ ବିଧାନସଭା ସ୍ବତନ୍ତ୍ର ଅଧିବେଶନ । ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.2 ° C
    24.2 °
    24.2 °
    92 %
    1.2kmh
    70 %
    Thu
    29 °
    Fri
    30 °
    Sat
    25 °
    Sun
    25 °
    Mon
    27 °

    ସମ୍ବନ୍ଧିତ