Friday, April 3, 2026
33.6 C
Odisha

    ସ୍ୱାମୀର କାଠ ଫାଳିଆ ମାଡ଼ରେ ସ୍ତ୍ରୀ ମୃତ

    ଆଗକୁ ପଢନ୍ତୁ

    ଉଦଳା: ନିଷ୍ଠୁର ସ୍ୱାମୀ । ସ୍ତ୍ରୀ ପ୍ରତି ହୋଇଗଲା କଠୋର । ଭୁଲିଗଲା ସବୁ ସମ୍ପର୍କ । ଯୋଉ ହାତ ଧରି ସାତ ଜନ୍ମ ପାଇଁ ସାଥି କରି ଘରକୁ ଆଣିଥିଲା ଆଜି ସେହି ହାତରେ ନେଇଗଲା ସ୍ତ୍ରୀର ଜୀବନ । ଅତି ନିର୍ମମ ଭାବେ ସ୍ତ୍ରୀ କୁ କାଠ ଫାଳିଆରେ ବାଡେଇ ବାଡ଼େଇ ମାରିଲା । ଏବେ ମା’କୁ ହରାଇ କାନ୍ଦୁଛନ୍ତି ପୁଅ ଝିଅ । ବାପ ଜୀବନ ନେଲା ହେଲେ ଭୋଗୁଛନ୍ତି ଛୁଆ । ମା’ ବିନା ଭାଇ ଭଉଣୀଙ୍କ ଜୀବନ ଅଧା ଅଧୁରା ହୋଇଯାଇଛି । ଏଭଳି ଘଟଣା ଘଟିଛି ଶରତ ଥାନା ପାତାସାହି ଅଞ୍ଚଳରେ ।

    ପାତାସାହି ଗାଁର ଗୁରୁବାରୀ ପୂର୍ତ୍ତି ଘରେ ଥିବା ବେଳେ ତାଙ୍କ ସ୍ୱାମୀ କାମରେ ବାହାରକୁ ଯାଇଥିଲେ । ଘରକୁ ଫେରିବା ପରେ ସ୍ୱାମୀ ଭଞ୍ଜ ପୂର୍ତ୍ତି ତାଙ୍କ ସହିତ କୌଣସି କଥାକୁ ନେଇ ଝଗଡା କରିଥିଲେ । ହେଲେ ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ କାଠ ଫାଳିଆରେ ସ୍ତ୍ରୀ ଗୁରୁବାରୀର ମୁଣ୍ଡ ଫଟାଇ ଦେଇଥିଲେ ଭଞ୍ଜ ।

    ପରେ ଗୁରୁତର ଅବସ୍ଥାରେ ସ୍ତ୍ରୀ କୁ ଛାଡି ଘଟଣାସ୍ଥଳରୁ ଜହ୍ଲାଦ ସ୍ୱାମୀ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଗୁରୁବାରୀଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

    ଏ ନେଇ ପୋଲିସକୁ ଖବର ଦେବା ପରେ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି । ଅନ୍ୟପଟେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି।

    ତେବେ ପାରିବାରିକ କଳହର ଏହା କରୁଣ ପରିଣତି ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଅନେକ ଥର ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ବୋଲି କହିଛନ୍ତି ମୃତକଙ୍କ ପୁଅ ଏବଂ ଝିଅ।

    ତେବେ ସ୍ବାମୀ ସ୍ତ୍ରୀ ସମ୍ପର୍କରେ କଳହ ତ ନିତିଦିନିଆ କଥା କିନ୍ତୁ ଏଭଳି ସ୍ତ୍ରୀ ଉପରେ ମରଣାନ୍ତକ ଆକ୍ରମଣ କରି ଛାଡ଼ି ଚାଲିଯିବା ଆଦୌ ଠିକ୍ ନୁହେଁ । ଯଦି ଉଚିତ୍ ସମୟରେ ଗୁରୁବାରୀ ମେଡିକାଲରେ ଭର୍ତ୍ତି ହୋଇଥାଆନ୍ତେ ହୁଏତ ତାଙ୍କ ଜୀବନ ବଞ୍ଚିଯାଇପାରିଥାଆନ୍ତା । ଏବେ ମା ଛେଉଣ୍ଡ ହୋଇଯାଇଛନ୍ତି ୨ ପିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ