Wednesday, December 25, 2024
18.1 C
Odisha

    ସ୍ୱାମୀର ପରକୀୟା ପ୍ରୀତିକୁ ବିରୋଧ କରି ପ୍ରେମିକା ଦୁଆରେ ସ୍ତ୍ରୀର ଧାରଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ସ୍ୱାମୀର ପ୍ରେମିକା ଦୁଆରେ ସ୍ତ୍ରୀର ଧାରଣା । ପରକୀୟା ପ୍ରୀତିକୁ ବିରୋଧ କରି ନ୍ୟାୟ ପାଇଁ କରୁଛନ୍ତି ଚିତ୍କାର । ସ୍ତ୍ରୀଙ୍କ ଅଭିଯୋଗ ସ୍ୱାମୀ କୁଆଡ଼େ ତାଙ୍କ ପୁରୁଣା ପ୍ରେମିକା ସହ ହେଉଛନ୍ତି ନାରେ ନାରେ । ମିଛ ସତ କହି ପ୍ରେମିକାକୁ ଦେଖା କରୁଛନ୍ତି । ଘରେ ସ୍ତ୍ରୀ ଝିଅ ଥିବାବେଳେ ଦିନ ରାତି ପ୍ରେମିକା ସହ ସମୟ ବିତାଉଛନ୍ତି ସ୍ୱାମୀ । କିନ୍ତୁ ସ୍ତ୍ରୀକୁ ବହୁ ଦିନରୁ ଭୂଆଁ ବୁଲାଇ ଆସୁଥିଲେ । ନିଜ ପ୍ରେମିକ ସହ ରଖୁଥିଲେ ସମ୍ପର୍କ । ହେଲେ ତାଙ୍କର ଏହି ପରକୀୟା ପ୍ରିତି ସ୍ତ୍ରୀ ନଜରରୁ ବେଶିଦିନ ତିଷ୍ଠି ପାରିଲା ନାହିଁ । କିଛି ଉପାୟ ନପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ସେଠାରୁ ସ୍ତ୍ରୀ ମିଳିନଥିଲା ନ୍ୟାୟ ।

    ଶେଷରେ ଭୁବନେଶ୍ୱର ନୀଳାଦ୍ରି ବିହାର ସେକ୍ଟର ୩ରେ ସକାଳ ୬ଟାରୁ ଧାରଣାରେ ବସିଛନ୍ତି ଏଇ ମହିଳା ଜଣକ । ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଅନ୍ୟ ଜଣେ ମହିଳା ନିଜ କବଜାରେ ରଖିବା ସହ ପ୍ରେମିକାଙ୍କ ବାପା, ଭାଇ ମାଡ଼ ମାରିଥିବା ନେଇ ଚନ୍ଦ୍ରେଶଖରପୁର ଥାନାରେ ଅଭିଯୋଗ କରିଛନ୍ତି ।

    ତେବେ ଏହି ମହିଳା ଜଣକ ହେଉଛନ୍ତି ଲିନୁ ଦାସ । ତାଙ୍କ ସ୍ୱାମୀ ହେଉଛନ୍ତି ସତ୍ୟଜିତ ଦାସ । ଉଭୟଙ୍କ ବିବାହକୁ ୧୬ ବର୍ଷ ପରେବି ତାଙ୍କ ପାଖରେ ସ୍ୱାମୀ ନରହି ପ୍ରେମିକା ପାଖରେ ରହୁଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ଏସବୁ କାଣ୍ଡର ସୁତ୍ରଧର ତାଙ୍କ ସ୍ୱାମୀ ନଣନ୍ଦ ଘରେ ଯାଇ ଲୁଚିଛନ୍ତି ବୋଲି ଆଣିଛନ୍ତି ଅଭିଯୋଗ । ଏନେଇ ତୁରନ୍ତ ତାଙ୍କ ସ୍ୱାମୀ, ପ୍ରେମିକାକୁ ଗିରଫ ପାଇଁ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.1 ° C
    18.1 °
    18.1 °
    97 %
    1.6kmh
    94 %
    Wed
    18 °
    Thu
    26 °
    Fri
    28 °
    Sat
    30 °
    Sun
    29 °

    ସମ୍ବନ୍ଧିତ