ଭାରତୀୟ ମହିଳା ହକି ଟିମରୁ ବିଦାୟ ନେଇଛନ୍ତି ଅଭିଜ୍ଞ ଖେଳାଳି ବନ୍ଦନା କଟାରିଆ । ଅର୍ନ୍ତଜାତୀୟ ହକିରୁ ସନ୍ନ୍ୟାସ ନେଇଛନ୍ତି ବନ୍ଦନା । ୧୫ ବର୍ଷ ଧରି ହକି ମ୍ୟାଚ୍ ଖେଳିଆସୁଥିଲେ ବନ୍ଦନା । ୩୨ ବର୍ଷୀୟ ଷ୍ଟ୍ରାଇକର ଭାରତ ପାଇଁ ୩୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଛନ୍ତି । ଭାରତୀୟ ମହିଳା ଟିମ୍ ପାଇଁ ସର୍ବାଧିକ ମ୍ୟାଚ୍ ଖେଳି ରେକର୍ଡ କରିଛନ୍ତି ବନ୍ଦନା । ତାଙ୍କ ଅବଦାନ ଟିମକୁ ଆଗକୁ ବଢିବାର ପ୍ରେରଣା ଦେଇଛି ।
ବନ୍ଦନା କହିଛନ୍ତି, ତାଙ୍କ ବିଦାୟ କୌଣସି ଥକାପଣ ନୁହେଁ ବରଂ ହକି ଟିମର ନିଷ୍ପତ୍ତି । ଗର୍ବର ସହିତ ଏମିତି ପଦକ୍ଷେପ ନେଇଛି । ଦର୍ଶକଙ୍କ ଗର୍ଜନ, ଗୌରବ ଏବଂ ଭଲପାଇବା ତାଙ୍କ ସହିତ ସବୁବେଳେ ରହିବ ବୋଲି ମଧ୍ୟ କହିଛନ୍ତି । ଅବସର ସମୟରେ ବନ୍ଦନା ତାଙ୍କ ଟିମ୍, କୋଚ୍ ଏବଂ ମେଣ୍ଟରଙ୍କୁ କୃତଜ୍ଞତା ଜଣାଇଛନ୍ତି । ନିଜ କ୍ୟାରିୟରରେ ଟିମ୍ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାରେ ସଫଳ ହୋଇପାରିଛନ୍ତି । ଏହି ବିଶ୍ବାସ ତାଙ୍କ ପ୍ରତ୍ୟେକ କଷ୍ଟକୁ ଦୂର କରି ଶକ୍ତି ଯୋଗାଇବାରେ ସାହାଯ୍ୟ କରେ ବୋଲି କହିଛନ୍ତି ।
ବନ୍ଦନା କଟାରିଆ ସୋସିଆଲ ମିଡିଆରେ ତାଙ୍କ ସ୍ବର୍ଗତ ବାପା ଦେଇଥିବା ପ୍ରେରଣାକୁ ବର୍ଣ୍ଣନା କରିଛନ୍ତି । ତାଙ୍କ ବାପାଙ୍କ ବିନା ହକି ଖେଳିବାର ସ୍ବପ୍ନ ପୂରଣ ସମ୍ଭବ ନୁହେଁ ବୋଲି କହିଛନ୍ତି । କ୍ୟାରିୟରର ଉନ୍ନତିରେ ବନ୍ଦନାଙ୍କ ବାପା ତାଙ୍କ ମାଧ୍ୟମ । ବନ୍ଦନାଙ୍କ ବାପା ତାଙ୍କ ମୂଳଦୁଆ ବୋଲି ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ସୂଚନାଯୋଗ୍ୟ, ୨୦୦୯ରେ ବନ୍ଦନା ଭାରତୀୟ ଟିମ୍ ପାଇଁ ଖେଳିଥିଲେ । ୨୦୨୦ରେ ଅଲମ୍ପିକ୍ ଖେଳି ୪ର୍ଥ ସ୍ଥାନ ହାସଲ କରି ଇତିହାସ ରଚିଥିଲେ । ଅବସର ପରେ ସେ ଖେଳଠୁ ଦୂରେଇବେ ନାହିଁ ବୋଲି କହିଛନ୍ତି ବନ୍ଦନା । ସେ ହକି ଇଣ୍ଡିଆ ଲିଗ ସହିତ ଅନ୍ୟ ସ୍ତରରେ ମଧ୍ୟ ଖେଳିବେ । କେବଳ ଇଣ୍ଟରନ୍ୟାସନାଲ ହକିରୁ ବିଦା ହୋଇଛନ୍ତି, କିନ୍ତୁ ଖେଳ ସହିତ ସବୁବେଳେ ଜଡିତ ରହିବେ ।