ପାନମଧୁରୀ ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ, ତାହା ଆମେ ଜାଣିଛେ । ପାନମଧୁରୀରେ ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି, ଏଣୁ ପ୍ରାୟତଃ ସମସ୍ତେ ଏହାକୁ ବ୍ୟବହାର କରିଥାନ୍ତି । କିଛି ଲୋକ ଖାଇବା ପରେ ମାଉଥ୍ ଫ୍ରେସନର୍ ଭାବେ ମଧ୍ୟ ପାନମଧୁରୀ ଖାଇଥାନ୍ତି । ପାନମଧୁରୀରେ କପର, ପୋଟାସିୟମ୍, କ୍ୟାଲସିୟମ୍, ଜିଙ୍କ୍, ମାଙ୍ଗାନିଜ୍, ଆଇରନ୍, ସେଲେନିୟମ୍, ମ୍ୟାଗ୍ନେସିୟମ୍ ସହ ଆଣ୍ଟି ଇନଫ୍ଲାମେଟୋରୀ, ଆଣ୍ଟି ମାଇକ୍ରୋବିୟଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ପ୍ରଚୁର ପରିମାଣରେ ମହଜୁଦ ଥାଏ । ଶରୀରକୁ ସୁସ୍ଥ ରଖିବାରେ ମଧ୍ୟ ଏହି ଉପାଦାନ କାର୍ଯ୍ୟ କରିଥାଏ । ଖାଲି ପାନମଧୁରୀ ଶରୀର ପାଇଁ ଭଲ ହୋଇନଥାଏ ବରଂ ପାନମଧୁରୀ ପାଣି ମଧ୍ୟ ଶରୀର ପାଇଁ ବେସ୍ ଉପଯୋଗୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପାନମଧୁରୀ ପାଣିର ଶରୀର ପାଇଁ ଫାଇଦା କଣ –
୧. ପାଚନରେ ଉନ୍ନତି : ପାନମଧୁରୀ ପାଣି ଦୁର୍ବଳ ପାଚନ କ୍ଷମତାକୁ ଉନ୍ନତ କରେ । ଏହା ପାଚନ ଏନଜାଇମର ଉତ୍ପାଦନକୁ ଉତ୍ତେଜିତ କରେ, ଯାହା ସମଗ୍ରିକ ପାଚନ ପ୍ରକ୍ରିୟାକୁ ଉନ୍ନତ କରେ । ଏହି ପାଣି ହାଇଡ୍ରେଟିଂ ପାନୀୟ ଯାହା ଶରୀରରେ ତରଳ ପଦାର୍ଥକୁ ପୁରଣ କରିବାରେ ସାହାଯ୍ୟ କରିପାରେ ।
୨. ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି : ଯଦି ଆପଣଙ୍କର ପେଟ ସମ୍ବନ୍ଧୀୟ ସମସ୍ୟା ଅର୍ଥାତ୍ ଗ୍ୟାସ୍ କିମ୍ବା କୋଷ୍ଠକାଠିନ୍ୟ ସମସ୍ୟା ହେଉଛି, ତେବେ ଆପଣ ନିଶ୍ଚିତ ଭାବରେ ପାନମଧୁରୀ ପାଣି ପିଇପାରିବେ । ଏଥି ସହ ଅନେକ ଲୋକଙ୍କର ପେଟ ଫୁଲା ପରି ସମସ୍ୟା ମଧ୍ୟ ଦେଖାଦେଇଥାଏ । ଯଦି ଆପଣଙ୍କର ଏଭଳି ସମସ୍ୟା ହେଉଛି ତେବେ ମଧ୍ୟ ଆପଣ ପାନମଧୁରୀ ପାଣି ପିଇପାରିବେ । ଏସିଡିଟି କାରଣରୁ ଛାତି ଜଳା ସମସ୍ୟା ଦେଖାଦେଇଥାଏ, ଯାହାକୁ ଦୂର କରିବାରେ ପ୍ରଭାବଶାଳୀ ହେବ ପାନମଧୁରୀ । ଏଥି ସହ ଏହାର ପାଣିରେ ଭରପୂର ମାତ୍ରାରେ ଫାଇବର ଥାଏ, ଯାହା କୋଷ୍ଠକାଠିନ୍ୟ ପରି ସମସ୍ୟାକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
୩. ବଡ଼ି କରିଥାଏ ଡିଟକ୍ସିଫାଏ : ପାନମଧୁରୀ ପାଣି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ପାନମଧୁରୀ ପାଣିରେ ମେଟାବୋଲିଜିମ୍ ବ୍ରୁଦ୍ଧି କରେ ଏବଂ ମେଦ ବହୁଳତାକୁ ବହୁତ୍ ଶୀଘ୍ର ହ୍ରାସ ମଧ୍ୟ କରିଥାଏ ।
୪. ସ୍କିନ୍ ସମସ୍ୟାରେ ଉନ୍ନତି : ପାନମଧୁରୀ ଖାଲି ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ସ୍କିନ୍ ପାଇଁ ମଧ୍ୟ ବହୁ ଲାଭଦାୟକ ହୋଇଥାଏ । ଯଦି ଆପଣଙ୍କର କିଛି ସ୍କିନ୍ ସମସ୍ୟା ଦେଖାଦେଉଛି ତେବେ ଆପଣ ନିଶ୍ଚିତ ଭାବରେ ପାନମଧୁରୀ ପାଣି ପିଇପାରିବେ । ତ୍ୱଚାକୁ ସଫା କରିବା ପାଇଁ ଏହାର ବ୍ୟବହାର ମଧ୍ୟ କରାଯାଏ । ତେବେ ଏଥିରେ କିଛି ଜିନିଷ ମିଶାଇ ଆପଣ ଏହାକୁ ସ୍କିନରେ ବ୍ୟବହାର କରିପାରିବେ । ଏହାଦ୍ୱାରା ତ୍ୱଚାରେ ଜମା ହୋଇଥିବା ମଇଳା ବାହାରିଯାଏ । ଏହାର ବ୍ୟବହାର କରିବା ଆପଣ ଅଳ୍ପ ପାନମଧୁରୀ ଏବଂ ଦହିର ବ୍ୟବହାର କରିପାରିବେ ।
ଜାଣି ରଖନ୍ତୁ ଆପଣ ଏହାକୁ କିପରି ପିଇବେ :
ରାତି ସମୟରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପାଣିରେ ଏକ ଚାମଚ୍ ପାନମଧୁରୀ ମିଶାନ୍ତୁ । ସକାଳୁ ଉଠିବା ପରେ ଏହି ପାଣିକୁ ହାଲୁକା ଫୁଟାନ୍ତୁ ଏବଂ ତା’ପରେ ପିଅନ୍ତୁ । ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବାକୁ ଲାଗିବ ।