Wednesday, April 8, 2026
36.5 C
Odisha

    ହତ୍ୟାକାରୀଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

    ଆଗକୁ ପଢନ୍ତୁ

    କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଧୀନ ପଣ୍ଡୁଆ ଛକରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା କରାଯାଇଛି। ମୃତକ ହେଲେ ପଣ୍ଡୁଆ ଗ୍ରାମର ରେହମତ୍‌ ଖାଁ (୨୫)। ଘଟଣା ପରେ ହତ୍ୟାକରିଥିବା ଅଭିଯୁକ୍ତ ଉକ୍ତ ଗ୍ରାମର ମୁନା ଜେନା ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ଏଥିସହ ମୃତଦେହ ରାସ୍ତାଉପରେ ରଖି ଟାୟାର ଜାଳି ଅବରୋଧ କରିଛନ୍ତି। ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା ଖବର ଲେଖା ହେବା ପର୍ଯ୍ୟନ୍ତ ଲୋକମାନେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଡ଼ିବସି ରାସ୍ତା ଅବରୋଧ ଜାରି ରଖିଛନ୍ତି। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟାରେ ରେହମତ୍‌ ପଣ୍ଡୁଆ ଛକରେ ଥିବା ଦୋକାନକୁ ପାନ ପାଇଁ ଆସିଥିଲେ। ପାନ ଭାଙ୍ଗି ସାରି ନିଜ ଗାଡ଼ି ଉପରେ ରେହମତ୍‌ ବାଇକ୍‌ ଉପରେ ବସିଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ ନେଇ ଅଭିଯୁକ୍ତ ମୁନାଙ୍କ ସହ ରେହମତ୍‌ଙ୍କ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମୁନା ଏକ ଠେଙ୍ଗାରେ ରେହମତ୍‌ଙ୍କ ମୁଣ୍ଡକୁ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ରେହମତ୍‌ଙ୍କ ମୃତ୍ୟୁ ହୋଇଯାଇଥିଲା। ଏହା ଜଣାପଡ଼ିବା ପରେ ରେହମତ୍‌ଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଅଞ୍ଚଳର ଲୋକମାନେ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଘଟଣା ପରେ ଅଭିଯୁକ୍ତ ମୁନା ଏବଂ ତାଙ୍କ ପରିବାର ସଦସ୍ୟମାନେ ଫେରାର ହୋଇଯାଇଥିବାରୁ ଲୋକେ ରାଗିଯାଇ ତାଙ୍କ ଘର ମଧ୍ୟ ଜାଳିଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ