Wednesday, July 30, 2025
29 C
Odisha

    ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ନବୀନ ପଟ୍ଟନାୟକ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏନେଇ ସୂଚନା ଦେଲେ ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ।

    ସୂଚନାଅନୁସାରେ, ଗତ ଜୁନ 22 ତାରିଖରେ ମୁମ୍ୱାଇର ପ୍ରଖ୍ୟାତ କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କ ଅସ୍ତ୍ରୋପ୍ରଚାର ହୋଇଥିଲା । ନବୀନଙ୍କ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅପରେସନ କରାଯାଇଥିବା ବେଳେ ସଫଳ ମଧ୍ୟ ହୋଇଥିଲା । ମୁମ୍ବାଇର କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରୁ ସୁସ୍ଥ ହେବାପରେ ଆଜି ଡିସ୍‌ଚାର୍ଜ ହେଲେ ନବୀନ ପଟ୍ଟନାୟକ । ସର୍ଭାଇକାଲ୍‌ ଆର୍ଥ୍ରରାଇଟ୍‌ସ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସେ ବର୍ତ୍ତମାନ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ହେଁ ଏବେ ଭୁବନେଶ୍ବର ଆସିବେ ନାହିଁ । ସେ କିଛି ଦିନ ପର୍ଯ୍ୟନ୍ତ ମୁମ୍ବାଇରେ ରହିବେ । ଡାକ୍ତରଙ୍କ ପରାମର୍ଶରେ କିଛି ଦିନ ମୁମ୍ବାଇରେ ରହିବା ପରେ ଭୁବନେଶ୍ବର ଫେରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    70 %
    4.4kmh
    100 %
    Wed
    29 °
    Thu
    31 °
    Fri
    31 °
    Sat
    31 °
    Sun
    32 °

    ସମ୍ବନ୍ଧିତ