Saturday, April 11, 2026
25.2 C
Odisha

    ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କଲା ଜାପାନ

    ଆଗକୁ ପଢନ୍ତୁ

    ଟୋକିଓ: ଚୀନ ଓ ଉତ୍ତର କୋରିଆ ତରଫରୁ ବଢ଼ୁଥିବା ବିପଦ ମଧ୍ୟରେ ଜାପାନ ତାର ହାଇପରସୋନିକ୍ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମକୁ ଦ୍ରୁତ ଗତିରେ ଆଗେଇ ନେଉଛି। ଚଳିତ ମାସରେ ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ (ଏମଓଡି) ଏହାର ଦ୍ୱୀପ ପ୍ରତିରକ୍ଷା ହାଇପରସୋନିକ୍ ଗ୍ଲାଇଡ ଯାନ (ଏଚଜିଭି)ର ସଫଳତାର ସହ ଉଡ଼ାଣ ପରୀକ୍ଷଣ କରିଛି ବୋଲି ଘୋଷଣା କରିଛି।

    ଜାପାନର ଘୋଷଣା ଅନୁଯାୟୀ, ବିପଦକୁ ଶୀଘ୍ର ଏବଂ ଲମ୍ବା ରେଞ୍ଜରେ ନିଷ୍କ୍ରିୟ କରିବା ପାଇଁ ଡିଜାଇନ୍ କରାଯାଇଥିବା ଷ୍ଟାଣ୍ଡଅଫ୍ କ୍ଷେପଣାସ୍ତ୍ର ସଫଳତାର ସହ ସେମାନଙ୍କର ଆଶାନୁରୂପ ଉଡ଼ାଣ ପ୍ରଦର୍ଶନ କରିଛି। ଜାପାନର ଏଚଜିଭି ଗବେଷଣା ୨୦୨୫ ଶେଷ ସୁଦ୍ଧା ଶେଷ ହେବ। ତେବେ ଦୁଇ ବର୍ଷ ତଳେ ଅର୍ଥାତ୍ ୨୦୨୩ରେ ବ୍ୟାପକ ଉତ୍ପାଦନ ଆରମ୍ଭ ହୋଇସାରିଛି।

    ଏହା ପୂର୍ବରୁ ଜାପାନର ଅଧିଗ୍ରହଣ, ପ୍ରଯୁକ୍ତି ଏବଂ ଲଜିଷ୍ଟିକ୍ସ ଏଜେନ୍ସି (ଏଟିଏଲଏ) ଜୁଲାଇ ୨୦୨୪ରେ ହାଇପର ଭେଲୋସିଟି ଗ୍ଲାଇଡିଂ ପ୍ରୋଜେକ୍ଟାଇଲ (ଏଚଭିଜିପି)ର ସଫଳ ପରୀକ୍ଷଣର ଫୁଟେଜ୍ ଜାରି କରିଥିଲା। ଜାପାନର ହାଇପରସୋନିକ୍ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନତି ଭାବରେ ଦେଖାଯାଉଥିଲା । ଏହି ପରୀକ୍ଷଣରେ ୨୦୩୦ ସୁଦ୍ଧା ଏକ ବିସ୍ତାରିତ ରେଞ୍ଜ ଭାରିଏଣ୍ଟର ଯୋଜନା ସହିତ “ପ୍ରାରମ୍ଭିକ ନିୟୋଜନ ଭାରିଆଣ୍ଟ (ବ୍ଲକ ୧)” ପ୍ରଦର୍ଶିତ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    58 %
    1.8kmh
    0 %
    Fri
    25 °
    Sat
    38 °
    Sun
    40 °
    Mon
    42 °
    Tue
    43 °

    ସମ୍ବନ୍ଧିତ