Wednesday, September 30, 2026
29.4 C
Odisha

    ହାତୀ ପାଇଁ ଫରେଷ୍ଟରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ

    ଆଗକୁ ପଢନ୍ତୁ

    କୁଣ୍ଢେଇଗଳା ବନାଞ୍ଚଳ ନୂଆଡ଼ିହ ସେକ୍ସନ ଅନ୍ତର୍ଗତ ଭେଜିକୁଦର ଗ୍ରାମରେ ଗତ କିଛିଦିନଧରି ୧୦ ଟିକିଆ ହାତୀପଲଙ୍କ ଉପଦ୍ରଵ ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହୋଇପଡିଥିବା ବେଳେ ବିଭାଗୀୟ ଫରେଷ୍ଟର ଦାଇତ୍ୱରେ ରହୁ ନଥିବାରୁ ହାତୀ ପାଇଁ ଗ୍ରାମରେ ଉତ୍ତେଜନା ଦେଖା ଯାଇଛି । ହାତୀ ଘଉଡ଼ାଇବାରେ ବିଭାଗୀୟ କର୍ମଚାରୀ ଅବହେଳା କରୁଥିବାରୁ ଗତକାଲି ଫରେଷ୍ଟର ଛବିଳ ବେହେରା ଗ୍ରାମକୁ ଯାଇଥିବା ସମୟରେ ଉତ୍ୟକ୍ତ ଗ୍ରାମ ବାସୀ ମାନେ କୁଆଡେ ଆସିଛ କହି ପ୍ରଶ୍ନ ପଚାରିବା ସହ ଯୁକ୍ତି ତର୍କ କରିଥିଲେ। ଏଥିସହ ଉତ୍ୟକ୍ତ ଗ୍ରାମବାସୀ ମାନେ ଫରେଷ୍ଟର ଶ୍ରୀ ବେହେରାଙ୍କୁ ଏକ ଗଛରେ ବାନ୍ଧି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ନଆସିବା ଯାଏଁ ଅଟକ ରଖିଥିଲେ। ସୂଚନା ପାଇ ବିଭାଗୀୟ ଏସିଏଫ ଓ ରେଞ୍ଜର ନିରଞ୍ଜନ ଧରୁଆ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ବୂଝାସୁଝା କରି ଫରେଷ୍ଟର ଶ୍ରୀ ବେହେରାଙ୍କୁ ମୁକୁଳାଇଥିଲେ। ତେବେ ଗତ କାଲି ରାତିରେ ଫରେଷ୍ଟରଙ୍କୁ ଗଛରେ ବାନ୍ଧିବା ଭିଡିଓ ଭାଇରଲ ଆଜି ସକାଳୁ ଭାଇରାଲ ପରେ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.4 ° C
    29.4 °
    29.4 °
    69 %
    2.9kmh
    100 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ