Thursday, September 4, 2025
26.4 C
Odisha

    ହାର୍ଟକୁ ସୁସ୍ଥ ରଖିବା ସହିତ କୋଲେଷ୍ଟ୍ରୋଲକୁ କରେ ନିୟନ୍ତ୍ରଣ ଚିଆସିଡ୍ସ

    ଆଗକୁ ପଢନ୍ତୁ

    ଯଦି ହେଲଦି ଖାଇବା କଥା କୁହାଯାଏ ତେବେ ପ୍ରଥମେ ଚିଆ ସିଡସର ନାଁ ନିଶ୍ଚୟ ଆସିଥାଏ । ବର୍ତ୍ତମାନ ସମୟରେ ମଧ୍ୟ ଏହାର ଲୋକପ୍ରିୟତା ଖୁବ୍ ରହିଛି । ଏଥିରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଓମେଗା-୩ ସମେତ ପ୍ରୋଟିନ୍ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ଭଳି ଗୁଣ ଭରପୁର ମାତ୍ରାରେ ରହିଛି । ଯାହା ଅନେକ ରୋଗରୁ ମୁକ୍ତି ଦେଇଥାଏ । ତେବେ ଆଜି ଆମେ ଏହି ଚିଆସିଡ୍ସର ଲାଭକାରୀ ଗୁଣ ଏବଂ ଏହାର ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ଜାଣିବା ।

    ଶରୀରରେ କୋଲେଷ୍ଟ୍ରଲର ପରିମାଣ ବୃଦ୍ଧି ପାଇଲେ ଉଚ୍ଚ ରକ୍ତଚାପ ସମସ୍ୟା ହୋଇପାରେ । ଯାହା ହାର୍ଟଜନିତ ସମସ୍ୟାର ଆଶଙ୍କାକୁ ମଧ୍ୟ ବଢାଇଥାଏ । ଏହି ସବୁ ସମସ୍ୟା ପାଇଁ ଚିଆସିଡ୍ସ ବେଷ୍ଟ ହୋଇଥାଏ । ତେଣୁ ଖାଦ୍ୟପେୟରେ ପରିବର୍ତ୍ତନ ଆଣିବା ନିହାତି ଜରୁରୀ । ଯାହା ସୁସ୍ଥ ଶରୀର ଗଠନ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ ।

    ବର୍ତ୍ତମାନ ସମୟରେ ଓଜନ ବୃଦ୍ଧିକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି । ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଚିଆସିଡ୍ସ ସର୍ବୋତ୍ତମ ଉପାୟ । ଯାହା ଖାଇବା ଦ୍ବାରା ଭୋକକୁ କମ୍ କରିଥାଏ । ଫଳରେ ଓଜନ ଯାତ୍ରା ସହଜ ହୋଇଯାଇଥାଏ ।

    ବ୍ଲଡସୁଗାର ରୋଗୀଙ୍କ ପାଇଁ ଏହା ବେଶ୍ ଉପଯୋଗୀ । ଏଥିରେ ଥିବା ଫାଇବର ଇନସୁଲିନ ରେଜିଷ୍ଟାନ୍ସକୁ କମ୍ କରି ବ୍ଲଡସୁଗାରକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ । ଯାହା ମେଟାବୋଲିକ୍ ସିଣ୍ଡ୍ରମର ଆଶଙ୍କାକୁ ମଧ୍ୟ କମ୍ କରିଥାଏ ।

    କ୍ୟାଲସିୟମର ଅଭାବ ହେଲେ ହାଡ଼ଜନିତ ସମସ୍ୟା ଦେଖିବାକୁ ମିଳେ । ଚିଆସିଡ୍ସରେ ଭରପୁର ମାତ୍ରାରେ କ୍ୟାଲିସିୟମର ଗୁଣ ରହିଛି । ଯାହା ମଜବୁତ ହାଡ଼ ପାଇଁ ଗୁରୁତ୍ବପୂର୍ଣ୍ଣ । ପ୍ରିତିଦିନ ଗୋଟିଏରୁ ଦୁଇ ଚାମଚ ଚିଆସିଡ୍ସ ଖାଇବା ମଜବୁତ ହାଡ଼ ପାଇଁ ପର୍ଯ୍ୟାପ୍ତ ହୋଇଥାଏ । ଯାହା ସମସ୍ତ ହାଡ଼ ଜନିତ ସମସ୍ୟାଠାରୁ ରକ୍ଷା କରିଥାଏ ।

    ଚିଆସିଡ୍ସରେ ଆଲଫା ଲିନୋଲେନିକ୍ ଏସିଡ୍ ଏବଂ କ୍ବେରସେଟିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଏଥିରୁ ମିଳିଥାଏ । ଯାହା ହାର୍ଟକୁ ସୁସ୍ଥ ରଖିବାରେ ସହାୟକ କରିଥାଏ । ଏହା ସହିତ ହାର୍ଟର କାର୍ଯ୍ୟ କ୍ଷମତାକୁ ବଢାଇଥାଏ । ଏତିକି ନୁହେଁ ବରଂ ସ୍କିନ୍ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍ ତ୍ବଚାକୁ ହାଇଡ୍ରେଟ କରି ରଖିବାରେ ସାହାଯ୍ୟ କରିଥାଏ ।

    ଏହାକୁ ବିଭିନ୍ନ ଉପାୟରେ ଖିଆଯାଇପାରିବ । ଏହାକୁ ଆପଣ ସ୍ମୁଦି କିମ୍ବା ସେକ୍ ଭାବେ ଖାଇପାରିବେ । ଓଟସରେ ମିଶାଇ ଖାଇପାରିବେ । ନଚେତ୍ ଲେମନ୍ ଚିଆସିଡ୍ସ ଡ୍ରିଙ୍କ୍ ଭାବେ ମଧ୍ୟ ପିଇପାରିବେ । ଏହା ବ୍ୟତୀତ ଏହାକୁ ସାଲାଡ ଭାବେ ବ୍ୟବହାର କରିପାରିବେ । ଏଥିରେ ପ୍ୟାନ କେକ୍ ବନାଇ ମଧ୍ୟ ଖାଇପାରିବେ । ଏହି ସବୁ ସମସ୍ୟା ଥିଲେ ଚିଆସିଡ୍ସ ନିଶ୍ଚୟ ଆପଣଙ୍କ ଖାଇବା ଲିଷ୍ଟରେ ଆଡ୍ କରନ୍ତୁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.4 ° C
    26.4 °
    26.4 °
    90 %
    0.4kmh
    100 %
    Thu
    29 °
    Fri
    29 °
    Sat
    27 °
    Sun
    30 °
    Mon
    30 °

    ସମ୍ବନ୍ଧିତ