ହିନ୍ଦୁ ଧର୍ମରେ ଗଙ୍ଗା ସପ୍ତମୀକୁ ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ପର୍ବ ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ପାଳନ କରାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନରେ ମା’ ଗଙ୍ଗାଙ୍କର ଜନ୍ମ ହୋଇଥିଲା ଏବଂ ଧରାପୃଷ୍ଠରେ ଅବତରଣ କରିଥିଲେ । ଏହି ଅବସରରେ ପୂଜା-ପାଠ କେବଳ ଧାର୍ମିକ ନୁହେଁ ବରଂ ଅଧ୍ୟାତ୍ମିକ ଏବଂ ପାରିବାରିକ ମହତ୍ତ୍ବ ମଧ୍ୟ ରହିଛି । ଗଙ୍ଗା ସ୍ନାନ,ଦାନ-ପୁଣ୍ୟ ଏବଂ ମା’ ଗଙ୍ଗାଙ୍କ ଆରତୀ କରିବା ଦ୍ବାରା ବ୍ୟକ୍ତିଙ୍କୁ ସୁଖ-ସମୃଦ୍ଧି, ସୁସ୍ଥ ସ୍ବାସ୍ଥ୍ୟ ଏବଂ ମାନସିକ ଶାନ୍ତି ମିଳିଥାଏ ।
ଯଦି ଚଳିତ ବର୍ଷ ଗଙ୍ଗା ସପ୍ତମୀ ପାଳନ କରାଯିବା କଥା କୁହାଯାଏ ତେବେ ୨୩ ଏପ୍ରିଲରେ ଏହି ପର୍ବ ପାଳନ କରାଯିବ । ଏହି ଦିନରେ ବିଶେଷ ଉପାୟ କରିବା ଦ୍ବାରା ସୁଖ-ସମୃଦ୍ଧିରେ ବୃଦ୍ଧି ପାଇଥାଏ । ଏଥିସହିତ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ ।
ଗଙ୍ଗା ସପ୍ତମୀର ମହତ୍ତ୍ବ : ପୌରାଣିକ ମାନ୍ୟତାନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ସପ୍ତମୀ ଦିନ ଭଗବାନ ଶିବଙ୍କ ଜଟାରୁ ବିଲୀନ ହୋଇଥିଲା । ଏହା ପରେ ଋଷି ଜାହନୁ ତାଙ୍କର ନିଜ କାନ ଦେଇ ପ୍ରବାହିତ କରିଥିଲେ । ଏହି କାରଣରୁ ତାଙ୍କୁ ‘ଜାହ୍ନବୀ’ ନାମରେ ଜଣାଯାଉଛି । ଏହି ଦିନରେ ଗଙ୍ଗାରେ ସ୍ନାନ କରିବା ଦ୍ବାରା ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ବାସ କରାଯାଏ । ଏତିସହିତ ଏହି ଦିନରେ କରାଯାଇଥିବା ଦାନ-ପୁଣ୍ୟ ଏବଂ ପୂଜାର ଅନନ୍ତ ଫଳ ପ୍ରଦାନ କରେ ବୋଲି ମାନ୍ୟତା ରହିଛି ।
ପୂଜା ପଦ୍ଧତି : ଏହି ଦିନରେ ବ୍ରହ୍ମ ମୁହୂର୍ତ୍ତ ସମୟରେ ଉଠି ଗଙ୍ଗା ନଦୀରେ ସ୍ନାନ କରିବା ସମ୍ଭବ ନୁହେଁ ତେବେ ଆପଣ ଘରେ ଗଙ୍ଗା ଜଳ ସହିତ ସ୍ନାନ କରିପାରିବେ । ଏହା ପରେ ମା’ ଗଙ୍ଗାଙ୍କ ଫଟୋ କିମ୍ବା ଗଙ୍ଗା ନଦୀରେ ଫୁଲ, ସିନ୍ଦୁର, ଅଖଣ୍ଡ ଚାଉଳ, ଗୁଲାଲ, ଲାଲ ଫୁଲ ଏବଂ ଲାଲ୍ ଚନ୍ଦନ ଅର୍ପଣ କରନ୍ତୁ । ଏହା ପରେ ଘିଅ ଦୀପ ଜାଳି ଆରତୀ କରନ୍ତୁ ଏବଂ ଜୀବନର ସୁଖ ଓ ଶାନ୍ତି ପାଇଁ ମା’ଙ୍କ ପାଖରେ ପ୍ରାର୍ଥନା କରନ୍ତୁ ।
ଆର୍ଥିକ ଲାଭ ପାଇଁ ପଦକ୍ଷେପ : ଯଦି ଆପଣ ଆର୍ଥିକ ଅସୁବିଧାରେ ଅଛନ୍ତି ତେବେ ଏହି ଦିନରେ ପିତ୍ତଳ ପାତ୍ରରେ ଗଙ୍ଗା ଜଳ ଭର୍ତ୍ତି କରି ଏହାକୁ ଉତ୍ତର ଦିଗରେ ରଖନ୍ତୁ । ଏକ ମୁଦ୍ରା ଏବଂ ଗୋଟିଏ ହଳଦିଆ କଉଡ଼ି ଶଙ୍ଖ ସାମିଲ କରନ୍ତୁ । ଏହି ଉପାୟ କରିବା ଦ୍ବାରା ଧନର ନୂଆ ଉତ୍ସ ସୃଷ୍ଟି କରିବା ସହିତ ଆର୍ଥିକ ସ୍ଥିତିକୁ ଉନ୍ନତ କରେ ।
ଗଙ୍ଗାରେ ସ୍ନାନ କରିବାର ଲାଭ : ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ଜଳରେ ଟିକିଏ ଗଙ୍ଗା ଜଳ ମିଶାନ୍ତୁ । ସ୍ନାନ ସମୟରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ବତୀ, ନର୍ମଦା, ସିନ୍ଧୁ ଏବଂ କାବେରୀଙ୍କୁ ସ୍ମରଣ କରନ୍ତୁ । ମନ୍ତ୍ର ଜପ କରନ୍ତୁ । ଏହି ଦିନରେ ଗଙ୍ଗାରେ ସ୍ନାନ କଲେ ପାପରୁ ମୁକ୍ତି ମିଳିବା ସହିତ ରୋଗ ନାଶ ହୁଏ ଏବଂ ଦାନ କରି ମୋକ୍ଷ ପ୍ରାପ୍ତ ହୋଇଥାଏ ।
ମାନସିକ ଶାନ୍ତି ପାଇଁ ଉପାୟ : ମାନସିକ ଶାନ୍ତି ପାଇଁ ଗଙ୍ଗା ସପ୍ତମୀରେ ଏକ ପାତ୍ରରେ ଗଙ୍ଗା ଜଳ ଭର୍ତ୍ତି କରି ଆପଣଙ୍କ ପୂଜା କରିବା ସ୍ଥାନରେ ରଖନ୍ତୁ । ପ୍ରତିଦିନ ଜଳକୁ ଦେଖି ଗଙ୍ଗା ମା’ଙ୍କୁ ଧ୍ୟନ କରନ୍ତୁ । ଏହା କରିବା ଫଳରେ ମନ ଶାନ୍ତ ହୁଏ ଏବଂ ସକରାତ୍ମକ ଚିନ୍ତାଧାରା ସୃଷ୍ଟି ହୁଏ । ଶୋଇବାବେଳେ ମଧ୍ୟ ଆପଣଙ୍କ ବିଛଣା ପାଖରେ ଗଙ୍ଗା ଜଳ ରଖିପାରିବେ ।
ପୂର୍ବପୁରୁଷଙ୍କୁ ସନ୍ତୁଷ୍ଟ କରିବାର ଉପାୟ : ଏହି ଦିନରେ ପୂର୍ବପୁରୁଷମାନଙ୍କୁ ତର୍ପଣ କରିବାର ମଧ୍ୟ ବିଶେଷ ମହତ୍ତ୍ବ ରହିଛି । ଯଦି ଆପଣ ଗଙ୍ଗା ନଦୀରେ ତର୍ପଣ ଦିଅନ୍ତି ତେବେ ଏହା ସର୍ବୋତ୍ତମ । ନଚେତ୍ ଘରେ ଗଙ୍ଗା ଜଳ ବ୍ୟବହାର କରି ଆପଣଙ୍କ ପୂର୍ବପୁରୁଷଙ୍କୁ ସ୍ମରଣ କରନ୍ତୁ । ଯାହା ଫଳରେ ସେମାନଙ୍କ ଆଶୀର୍ବାଦ ଲାଭ କରିପାରିବେ ।
