Sunday, October 4, 2026
30.6 C
Odisha

    ହୀରାକୁଦର ୨୨ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ, ସମ୍ବଲପୁର ସୋନପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ

    ଆଗକୁ ପଢନ୍ତୁ

    ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୨୨ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ । ଜଳଭଣ୍ଡାରର କୌଣସି ଗେଟ୍ ବନ୍ଦ ହୋଇନାହିଁ । ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୪.୨୭ ଫୁଟ୍ । ଆସନ୍ତାକାଲି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୮ ଫୁଟ୍ କରାଯିବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୯ ହଜାର ୫୪୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୮୭ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି l ତେବେ ଉପର ମୁଣ୍ଡରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଉଥିବାରୁ ଡ୍ୟାମ କର୍ତୃପକ୍ଷ ସଜାଗ ଅଛନ୍ତି । ହୀରାକୁଦ ପାଣି ଛାଡ଼ିବା ଯୋଗୁଁ ସମ୍ବଲପୁର ସୋନପୁର ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

    ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ ତଳମୁଣ୍ଡରେ ଥିବା ଗେଜ୍ ଷ୍ଟେସନଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି । ନଦୀର ତଳମୁଣ୍ଡ ଏବଂ ଶାଖା ନଦୀ କୂଳରେ ଥିବା ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଡ୍ୟାମ୍ କର୍ତ୍ତୃପକ୍ଷ କ୍ୟାଚମେଣ୍ଟ ଏରିଆରେ ବର୍ଷାର ପରିମାଣ ଓ ଜଳପ୍ରବାହ ଉପରେ ନିରନ୍ତର ନଜର ରଖି ଗେଟ୍ ପରିଚାଳନା କରୁଛନ୍ତି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ହେଉଛି ୬୩୦ ଫୁଟ। ବର୍ତ୍ତମାନ ଜଳଭଣ୍ଡାର ଭିତରକୁ ହାରାହାରି ୪,୧୫,୦୧୭ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ବାହାରକୁ ହାରାହାରି ୩,୮୯,୬୦୩ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ