Monday, September 28, 2026
27.5 C
Odisha

    ହୃଦଘାତଠୁ ବି ଅଧିକ ହୋଇପାରେ ପିରିୟଡ୍ସ ଯନ୍ତ୍ରଣା, ଜାଣନ୍ତୁ କେଉଁମାନଙ୍କ ପାଇଁ ଏହା ଅଧିକ ବିପଜ୍ଜନକ

    ଆଗକୁ ପଢନ୍ତୁ

    ମାସିକ ଧର୍ମ କିମ୍ବା ପିରିୟଡ୍ସ ସମୟରେ ଯନ୍ତ୍ରଣା ହେବା ଏକ ସାଧାରଣ କଥା। ଅଧିକାଂଶ ମହିଳା ଏହି ସମୟରେ ସାମାନ୍ୟ କଷ୍ଟ କିମ୍ବା ପେଟ ମୋଡ଼ିହେବା ଅନୁଭବ କରନ୍ତି। ତେବେ କେତେକ ମହିଳାଙ୍କ କ୍ଷେତ୍ରରେ ଏହି ଯନ୍ତ୍ରଣା ଏତେ ଅଧିକ ହୋଇଥାଏ ଯେ ସେମାନଙ୍କ ପାଇଁ ଉଠିବା-ବସିବା କିମ୍ବା ଦୈନନ୍ଦିନ କାମ କରିବା ମଧ୍ୟ କଷ୍ଟକର ହୋଇପଡ଼େ।

    କେତେକ କ୍ଷେତ୍ରରେ ଏହି ଯନ୍ତ୍ରଣା ଏତେ ତୀବ୍ର ହୋଇଥାଏ ଯେ ଏହା ହୃଦଘାତର ଯନ୍ତ୍ରଣା ସହ ସମାନ ହୋଇପାରେ। ନିକଟରେ ଆନେସ୍ଥେସିଓଲୋଜି ଏବଂ ଇଣ୍ଟରଭେନ୍‌ସନାଲ୍ ପେନ୍ ମେଡିସିନ୍ ବିଶେଷଜ୍ଞ ଡାକ୍ତର କୁନାଲ ସୁଦ୍ ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଏହି ବିଷୟରେ ବିସ୍ତୃତ ଭାବେ ବୁଝାଇଛନ୍ତି।

    କ’ଣ କୁହନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ: ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ୟୁନିଭରସିଟି କଲେଜ ଲଣ୍ଡନର ଏକ ଗବେଷଣାରୁ ଜଣାପଡ଼ିଛି ଯେ କେତେକ ମହିଳାଙ୍କୁ ପିରିୟଡ୍ସ ସମୟରେ ପେଟରେ ହେଉଥିବା ତୀବ୍ର ଯନ୍ତ୍ରଣା, କଷ୍ଟର ଗମ୍ଭୀରତା ଦୃଷ୍ଟିରୁ ହୃଦଘାତ ସହ ସମାନ ଅନୁଭୂତ ହୋଇପାରେ। ତେବେ ଏହାର ଅର୍ଥ ନୁହେଁ ଯେ, ପିରିୟଡ୍ସ ଏବଂ ହୃଦଘାତ ଏକା ପ୍ରକାରର ରୋଗ। ଏହି ତୁଳନା କେବଳ ଯନ୍ତ୍ରଣାର ଗମ୍ଭୀରତାକୁ ନେଇ କରାଯାଇଛି।

    କେଉଁ ମହିଳାଙ୍କୁ ହୁଏ ଅଧିକ କଷ୍ଟ: ଡାକ୍ତରଙ୍କ ଅନୁଯାୟୀ, ଏଭଳି ଅତ୍ୟଧିକ ଯନ୍ତ୍ରଣା ବିଶେଷ କରି ସେକେଣ୍ଡାରୀ ଡିସ୍‌ମେନୋରିଆ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଏହାର ଏକ ବଡ଼ କାରଣ ହେଉଛି ଏଣ୍ଡୋମେଟ୍ରିଓସିସ୍ ନାମକ ଏକ ରୋଗ, ଯାହା ଯୋଗୁଁ ମହିଳାମାନେ ପିରିୟଡ୍ସ ସମୟରେ ଅତ୍ୟନ୍ତ ତୀବ୍ର ଏବଂ ଗମ୍ଭୀର କଷ୍ଟ ଅନୁଭବ କରନ୍ତି।

    ଏଣ୍ଡୋମେଟ୍ରିଓସିସ୍ କ’ଣ: ଏଣ୍ଡୋମେଟ୍ରିଓସିସ୍ ହେଉଛି ଏପରି ଏକ ସ୍ୱାସ୍ଥ୍ୟ ସମସ୍ୟା, ଯେଉଁଥିରେ ଜରାୟୁର ଭିତର ପରସ୍ତ ଭଳି କୋଷଗୁଡ଼ିକ ଜରାୟୁ ବାହାରେ ବୃଦ୍ଧି ପାଇବାକୁ ଲାଗନ୍ତି। ଏହି ସମସ୍ୟା ଡିମ୍ବାଶୟ, ଫାଲୋପିଆନ୍ ଟ୍ୟୁବ୍ ଏବଂ ପେଲଭିକ୍ ଅଞ୍ଚଳକୁ ପ୍ରଭାବିତ କରିପାରେ।

    କେତେକ କ୍ଷେତ୍ରରେ ଏହା ଝାଡ଼ା ନଳୀ ଏବଂ ମୂତ୍ରାଶୟ ପର୍ଯ୍ୟନ୍ତ ମଧ୍ୟ ବ୍ୟାପିପାରେ। ଏହି ରୋଗ ଯୋଗୁଁ ମହିଳାମାନଙ୍କୁ ପିରିୟଡ୍ସ ସମୟରେ ପ୍ରଚୁର ଯନ୍ତ୍ରଣା, ଅତ୍ୟଧିକ ରକ୍ତସ୍ରାବ, ପେଟର ତଳ ଭାଗରେ କ୍ରମାଗତ କଷ୍ଟ ଏବଂ ଗର୍ଭଧାରଣ କରିବାରେ ସମସ୍ୟା ଦେଖାଦେଇପାରେ।

    ଡାକ୍ତରଙ୍କ ପରାମର୍ଶ: ଡାକ୍ତରଙ୍କ କହିବା ଅନୁସାରେ, ମହିଳାମାନଙ୍କ ପିରିୟଡ୍ସ ଯନ୍ତ୍ରଣାକୁ ଆଦୌ ହାଲୁକା ଭାବେ ନେବା ଉଚିତ୍ ନୁହେଁ। ଯଦି ଯନ୍ତ୍ରଣା ଅସହ୍ୟ ହୁଏ ଏବଂ ପ୍ରତି ମାସରେ ଦୈନନ୍ଦିନ କାର୍ଯ୍ୟପନ୍ଥା ପ୍ରଭାବିତ ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍। ଏହାସହ ଏହି ବିଷୟରେ ଅଧିକ ଗବେଷଣା ଏବଂ ଉତ୍ତମ ଚିକିତ୍ସା ପଦ୍ଧତିର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ