Wednesday, July 29, 2026
23.8 C
Odisha

    ଭୀଷଣ ବର୍ଷା ପାଇଁ ହାଇ ଆଲର୍ଟ ! ୯ ଜିଲ୍ଲାରେ ସ୍କୁଲ ଛୁଟି

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଉତ୍ତର ଓଡ଼ିଶା ଦେଇ ଆଗକୁ ବଢ଼ୁଛି ଗଭୀର ଅବପାତ । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।  ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଭୀଷଣ ବର୍ଷା ପାଇଁ ୪ ଜିଲ୍ଲାକୁ ଆଜି ସକାଳ ସାଢ଼େ ୮ଟା ଯାଏଁ ରେଡ୍ ୱା୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୧୩ ଜିଲ୍ଲାକୁ ଅରେଞ୍ଜ ଏବଂ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆଜିଠୁ ବର୍ଷା ପରିମାଣ କମିବ । କେବଳ ବରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ୟେଲୋ ଆଲର୍ଟ ଭିତରେ ରହିଛି ପଶ୍ଚିମ ଓଡ଼ିଶାର ୭ ଜିଲ୍ଲା । ୩ ତାରିଖ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି ।

    ୯ ଜିଲ୍ଲାରେ ସ୍କୁଲ ଛୁଟି:

    ବର୍ଷା ପାଇଁ ୯ ଜିଲ୍ଲାରେ ସ୍କୁଲ ଛୁଟି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସୁବର୍ଣ୍ଣପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର , ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାରେ ସ୍କୁଲ ବନ୍ଦ। ସମସ୍ତ ଅଙ୍ଗନବାଡି, ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    96 %
    2kmh
    100 %
    Wed
    24 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ