Thursday, September 10, 2026
27.3 C
Odisha

    ହୃଦଘାତରେ ଚାଲିଗଲା ଦାରିଙ୍ଗବାଡି ଇକୋ ରିଟ୍ରିଟରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜରଙ୍କ ଜୀବନ

    ଆଗକୁ ପଢନ୍ତୁ

    ଦାରିଙ୍ଗବାଡି   : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଇକୋ ରିଟ୍ରିଟରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ସୁମନ୍ତ ସରକାରଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଛି। ମୃତ୍ୟୁ ଖବର ଜାଣିବା ପରେ ଅଞ୍ଚଳରେ ଏବଂ ଇକୋ ରିଟ୍ରିଟ ରେ ଶୋକର ଛାୟା ଖେଳିଯାଇଛି।

    ପ୍ରକାଶ ଯେ, ପ୍ରତିଦିନ ଭଳି ଶୁକ୍ରବାର ମଧ୍ୟ ଜେନେରାଲ ମ୍ୟାନେଜର ସୁମନ୍ତ ଇକୋ ରିଟ୍ରିଟର ସମସ୍ତ ଦାୟିତ୍ୱକୁ ପରିଚାଳନା କରିଥିଲେ। ବିଳମ୍ବିତ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ସେ ନିଜ ଦାୟିତ୍ୱ ତୁଲାଇବା ସହ ଅଧିକା ଶୀତ ଯୋଗୁ ସେ ଅକ୍ସିଜେନର ଅଭାବ ଅନୁଭବ କରିବା ସହ ବିଶ୍ରାମ ନେବି କହି ନିଜ ରୁମକୁ ଚାଲିଯାଇଥିଲେ ବୋଲି ସାଇଟ ମ୍ୟାନେଜର ତ୍ରିନାଥ ପ୍ରଧାନ କହିଛନ୍ତି। ସେ ପୁଣି ରାତି ୨ଟା ବେଳେ ଅଧିକ ଅସୁସ୍ଥ ଲାଗୁଛି କହି ସାଇଟ ମ୍ୟାନେଜର ତ୍ରିନାଥଙ୍କୁ ଫୋନ କରି ଡକାଇଥିଲେ। ତୁରନ୍ତ ତ୍ରିନାଥ ସେଠାରେ ପହଞ୍ଚି ଡାକ୍ତରଙ୍କୁ ଡକାଇ ସୁମନ୍ତଙ୍କ ଚିକିତ୍ସା କରାଇଥିଲେ। ତେବେ ସୁମନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି ଥିବା ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବାକୁ ପରାମର୍ଶ ଦେଇଥିଲେ। ତାଙ୍କୁ ଇକୋ ରିଟ୍ରିଟ ପରିସର ମଧ୍ୟରୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସରେ ନିଆଯାଇଥିଲା।

    ଇକୋ ରିଟ୍ରିଟରୁ ସ୍ବାସ୍ଥ୍ୟକେନ୍ଦ୍ର ମାତ୍ର ଗୋଟିଏ କିମି ଦୂରତା ହୋଇଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ସମୟରେ ସୁମନ୍ତଙ୍କ ମୃତ୍ୟୁ ହୋଇଯାଇଥିବା ଇକୋ ରିଟ୍ରିଟର ସାଇଟ ମ୍ୟାନେଜର ତ୍ରିନାଥ କହିଛନ୍ତି। ସୁମନ୍ତଙ୍କ ମୃତ୍ୟୁରେ ସାଇଟ ମ୍ୟାନେଜର ତ୍ରିନାଥ, ଫ୍ରଣ୍ଟ ଅଫିସ ମ୍ୟାନେଜର ମାନସ ରଞ୍ଜନ ବେହେରାଙ୍କ ସମେତ ସେଠାକାର କର୍ମଚାରି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସୁମନ୍ତ ଦୀର୍ଘ ୫ ବର୍ଷ ଧରି ଦାରିଙ୍ଗବାଡିରେ ପ୍ରତିବର୍ଷ ଖୋଲୁଥିବା ଇକୋ ରିଟ୍ରିଟର ପ୍ରମୁଖ ଦାୟିତ୍ୱରେ ରହିଥିଲେ। ସେ ଦାରିଙ୍ଗବାଡି ଓ କୋରାପୁଟ ଜିଲା ପୁଟସିଲ ଇକୋ ରିଟ୍ରିଟରର ଜେନେରାଲ ମ୍ୟାନେଜର ଦାୟିତ୍ୱରେ ରହିଥିଲେ। ତାଙ୍କ ମୃତ୍ୟୁ ଖବରରେ ସାରା ଦାରିଙ୍ଗବାଡି ଅଞ୍ଚଳରେ ଶୋକର ଛାୟା ଦେଖାଯାଇଛି। ସୁମନ୍ତଙ୍କ ମରଶରୀର ଦାରିଙ୍ଗବାଡିରୁ ତାଙ୍କ ଗ୍ରାମକୁ ପଠାଇ ଦିଆଯାଇଥିବା ଇକୋ ରିଟ୍ରିଟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    85 %
    1.6kmh
    100 %
    Thu
    27 °
    Fri
    27 °
    Sat
    27 °
    Sun
    28 °
    Mon
    30 °

    ସମ୍ବନ୍ଧିତ