Sunday, March 16, 2025
39.4 C
Odisha

    ହୃଦଘାତ ହେବାର ୩୦ ଦିନ ପୂର୍ବରୁ ମିଳେ ଏହି ସଙ୍କେତ ଓ ଲକ୍ଷଣ..

    ଆଗକୁ ପଢନ୍ତୁ

    ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଭୁଲ୍‌ ଖାଦ୍ୟପେୟ କାରଣରୁ ଅଧିକାଂଶ ଲୋକେ ହୃଦୟ ଜନିତ ସମସ୍ୟା ସହ ହୃଦଘାତର ଶିକାର ହେଉଛନ୍ତି । ଗତ କିଛି ବର୍ଷ ମଧ୍ୟରେ ହୃଦଘାତର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ସମୟରେ କେବଳ ବୟସ୍କ ଲୋକେ ହୃଦଘାତର ଶିକାର ହେଉଥିଲେ । ମାତ୍ର ବର୍ତ୍ତମାନ ସମୟରେ ଯୁବପିଢି ହୃଦଘାତର ଅଧିକ ଶିକାର ହେଉଛନ୍ତି । ତେବେ ହୃଦଘାତ ହେବାର କିଛି ମାସ ପୂର୍ବରୁ ଶରୀରରେ କିଛି ପରିବର୍ତ୍ତନ ସହ ଏହାର ସଙ୍କେତ ମିଳିଥାଏ । ସମୟ ପୂର୍ବରୁ ଏହି ସଙ୍କେତକୁ ଅଣଦେଖା ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଜାଣନ୍ତୁ ହୃଦଘାତ ହେବାର ୩୦ ଦିନ ପୂର୍ବରୁ କେଉଁ କେଉଁ ଲକ୍ଷଣ ଓ ସଙ୍କେତ ମିଳିଥାଏ..

    ଛାତିରେ ଯନ୍ତ୍ରଣା : ହୃଦଘାତ ହେବାର କିଛି ଦିନ ପୂର୍ବରୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଛାତି ଭାରି ଭାରି ଅନୁଭବ ହୋଇଥାଏ । ଅନେକ ଥର ହାତ, କାନ୍ଧ, ପାଟିରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯଦି ଆପଣଙ୍କ ଛାତିରେ, କାନ୍ଧରେ ଓ ପାଟିରେ କଷ୍ଟ ଅନୁଭବ ହେଲେ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
    ଥକ୍କାପଣ ଓ ଦୁର୍ବଳ ଅନୁଭବ : ହୃଦଘାତ ଆସିବା ପୂର୍ବରୁ ଥକ୍କାପଣ ଓ ଦୁର୍ବଳ ଅଧିକ ଅନୁଭବ ହୋଇଥାଏ । କାମ ନକରି ମଧ୍ୟ ପ୍ରତ୍ୟେକ ସମୟରେ ଥକ୍କାପଣ ଓ ଦୁର୍ବଳ ଲାଗିଲେ ଏହାକୁ ମଧ୍ୟ ଅଣଦେଖା କରନ୍ତୁ ନାହିଁ । ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

    ମୁଣ୍ଡ ବୁଲାଇବା : ହୃଦଘାତ ହେବାର ୩୦ ଦିନ ପୂର୍ବରୁ ବାରମ୍ବାର ମୁଣ୍ଡ ବୁଲାଇଥାଏ । ଏଭଳି କି ଚେତାଶୂନ୍ୟ ହେବା ଭଳି ମଧ୍ୟ ଅନୁଭବ ହୋଇଥାଏ। ଏହି ସମୟରେ ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା, ମୁଣ୍ଡ ବିନ୍ଧା ଆଦି ହୋଇଥାଏ ।

    ନିଶ୍ୱାସ,ପ୍ରଶ୍ୱାସରେ ସମସ୍ୟା : ହୃଦଘାତ ହେବାର କିଛି ଦିନ ପୂର୍ବରୁ ନିଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା ହୋଇଥାଏ। ଏସବୁ ଲକ୍ଷଣ ଓ ସଙ୍କେତ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.4 ° C
    39.4 °
    39.4 °
    12 %
    3.6kmh
    1 %
    Sun
    40 °
    Mon
    40 °
    Tue
    40 °
    Wed
    41 °
    Thu
    40 °

    ସମ୍ବନ୍ଧିତ