Tuesday, September 29, 2026
29.2 C
Odisha

    ହୋଟେଲରେ ଅଗ୍ନିକାଣ୍ଡ: ଦୁଇ ମାଲିକ ଗିରଫ, ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

    ଆଗକୁ ପଢନ୍ତୁ

    ପଶ୍ଚିମବଙ୍ଗ :  ପଶ୍ଚିମବଙ୍ଗର ତାରାପୀଠ ଘଟଣା ପରେ ଏବେ କୋଲକାତାରେ ମଧ୍ୟ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କୋଲକାତାର ନ୍ୟୁ ମାର୍କେଟ୍ ଅଞ୍ଚଳସ୍ଥିତ ଫ୍ରି ସ୍କୁଲ୍ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

    ପ୍ରାଥମିକ ସୂଚନା ଅନୁଯାୟୀ, ହୋଟେଲ ଭିତରେ ୯ ଜଣ ଲୋକ ଫସି ରହିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ବିପର୍ଯ୍ୟୟ ପରିଚାଳନା ଟିମ୍ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି, ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

    ତାରାପୀଠ ହୋଟେଲ୍‌ରେ ମଧ୍ୟ ଲାଗିଥିଲା ନିଆଁ: ତେବେ ଗତ ୧୭ ଅଗଷ୍ଟରେ ମଧ୍ୟ ପଶ୍ଚିମବଙ୍ଗର ତାରାପୀଠସ୍ଥିତ ଏକ ହୋଟେଲ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ପ୍ରଥମେ ହୋଟେଲର ଗ୍ରାଉଣ୍ଡ ଫ୍ଲୋର୍‌ରେ ନିଆଁ ଲାଗିଥିଲା ଏବଂ ଦେଖୁ ଦେଖୁ ତାହା ଚାରି ମହଲା ବିଶିଷ୍ଟ କୋଠାରେ ବ୍ୟାପି ଯାଇଥିଲା।

    ଏହି ଘଟଣା ଯୋଗୁଁ ହୋଟେଲ୍‌ରେ ରହୁଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ଘଟିଥିଲା। ସକାଳ ପ୍ରାୟ ୫ଟା ସମୟରେ ତାରାପୀଠ ମନ୍ଦିର ନଗରୀର ଏହି ହୋଟେଲ୍ ଗ୍ରାଉଣ୍ଡ ଫ୍ଲୋର୍‌ରେ ନିଆଁ ଲାଗିଥିବା ବେଳେ ଅଧିକାଂଶ ଅତିଥି ଶୋଇ ରହିଥିଲେ। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    68 %
    2.5kmh
    8 %
    Tue
    29 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ