Tuesday, September 29, 2026
24.9 C
Odisha

    ପୁଣି ଥାର୍ ଆତଙ୍କ, ଷଣ୍ଢ ଓ ମଣିଷ ମୃତ

    ଆଗକୁ ପଢନ୍ତୁ

    ପିପିଲି  : ପୁଣି ସାମ୍ନାକୁ ଆସିଲା ଥାର୍ ଆତଙ୍କ । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥରେ ଥାର ଆତଙ୍କ ଦେଖିବାକୁ ମିଳିଛି l ଆଜି ଭୋରରୁ ଥାର ଗାଡିଟି ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା l ଥାର ଗାଡ଼ିଟି ପିପିଲି ଟୋଲ ପ୍ଲାଜ଼ାର ବାରିକେଟକୁ ଭାଙ୍ଗି ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସିଥିଲା । ଫଳରେ ରାଜପଥର ପମସର ଛକ ନିକଟରେ ଏକ ଷଣ୍ଢକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଷଣ୍ଢର ମୃତ୍ୟୁ ହୋଇଥିଲା । ଏତିକିରେ ଥମିନଥିଲା ଗାଡ଼ି । ଫୁଲ ତୋଳିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଥାର ଗାଡ଼ିଟି ଖୁବ ଜୋରରେ ଧକ୍କା ଦେଇଥିଲା । ଦୁର୍ଭାଗ୍ୟବଶତଃ ତାଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁବରଣ ହୋଇଥିଲା । ଘଟଣା ପରେ ପୋଲିସ ଥାର ଗାଡ଼ିକୁ ଜବତ କରିଛି। ଦୁର୍ଘଟଣାର କାରଣ ଏବଂ ଗାଡ଼ି ଚାଳକଙ୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ