Thursday, January 29, 2026
17.6 C
Odisha

    ହୋମଗାର୍ଡ ନିଯୁକ୍ତି ନେଇ ଭଦ୍ରକ ପୁଲିସର କଡ଼ା ଚେତାବନୀ, ଅସାଧୁ ବ୍ୟକ୍ତିଙ୍କ କଥାରେ ପଡ଼ନ୍ତୁ ନାହିଁ

    ଆଗକୁ ପଢନ୍ତୁ

    ଭଦ୍ରକ  :  ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିକୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ସହ କରାଯିବା ନେଇ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ଭଦ୍ରକ ଜିଲ୍ଲା ଏସପି । ଏନେଇ X ଜରିଆରେ ସଚେତନ କରାଇଛନ୍ତି ଏସପି । କୌଣସି ଦଲାଲ ଚୟନ ପ୍ରକ୍ରିୟାକୁ ପ୍ରଭାବିତ କରାପାରିବେ ନାହିଁ ବୋଲି ଜିଲ୍ଲା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

    ଚାକିରି ପାଇବା ଆଶାରେ ଅସାଧୁ ବ୍ୟକ୍ତିଙ୍କ ମିଥ୍ୟା ପ୍ରତିଶ୍ରୁତିରେ ଭରସା କରନ୍ତୁ ନାହିଁ ବୋଲି ଏସପି ଉଲ୍ଲେଖ କରିଛନ୍ତି । କାହିଁକି ନା ଟଙ୍କା ବିନିମୟରେ ହୋମଗାର୍ଡ ଚାକିରି ଯୋଗାଡ କରିଦେବେ ବୋଲି କହିବୁଲୁଛନ୍ତି ଅସାଧୁ ଦଲାଲ ।

    ଏନେଇ ଜିଲ୍ଲା ପୁଲିସ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରିକରାଯାଇଛି । ଯିଏ ବି ଚାକିରି କରାଇଦେବା ନାଁରେ ଟଙ୍କା ମାଗନ୍ତି ତେବେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ହେଲ୍ପ ଲାଇନ ନମ୍ବରରେ ଜଣାଇବାକୁ ପ୍ରାର୍ଥୀଙ୍କୁ ନିବେଦନ କରାଯାଇଛି । ହେଲ୍ପଲାଇନ ନମ୍ବର ହେଲା  –  9438916370, 9437018644, 9438916604, 06784-242035, 06784-251100

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.6 ° C
    17.6 °
    17.6 °
    63 %
    2.1kmh
    1 %
    Wed
    17 °
    Thu
    31 °
    Fri
    31 °
    Sat
    32 °
    Sun
    33 °

    ସମ୍ବନ୍ଧିତ