Thursday, April 2, 2026
27.7 C
Odisha

    ହୋଲିଷ୍ଟିକ ପ୍ରୋଗ୍ରେସ କାର୍ଡ ଉପରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

    ଆଗକୁ ପଢନ୍ତୁ

    କଟକ : ନୂତନ ଶିକ୍ଷାନୀତି ଅନୁଯାୟୀ କିଭଳି ଛାତ୍ରଛାତ୍ରୀମାନଙ୍କୁ ହୋଲିଷ୍ଟିକ ପ୍ରୋଗ୍ରେସ କାର୍ଡ ବା ସମଗ୍ର ପ୍ରଗତି କାର୍ଡ ଯୋଗାଇ ଦିଆଯିବ, ସେ ସମ୍ପର୍କରେ କଟକ ବାରବାଟି ଷ୍ଟାଡିୟମସ୍ଥିତ କ୍ରିଷ୍ଣମୂର୍ତ୍ତି ୱାର୍ଲଡ ସ୍କୁଲର ଅଧ୍ୟକ୍ଷ ମନୋଜ ମେନନଙ୍କ ଦ୍ଵାରା ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ପାରମ୍ପରିକ ରିପୋର୍ଟ କାର୍ଡ ଠାରୁ ଭିନ୍ନ ହୋଲିଷ୍ଟିକ ପ୍ରୋଗ୍ରେସ କାର୍ଡରେ ଛାତ୍ରଛାତ୍ରୀଙ୍କ ଶୈଖିକ, ସାମାଜିକ, ବୌଦ୍ଧିକ ତଥା ଶାରୀରିକ ବିକାଶ ଉପରେ ତଥ୍ୟ ପ୍ରଦାନ କରାଯାଇ ପାରିବ ବୋଲି ସେ କହିଛନ୍ତି। ଏହି ମୂଲ୍ୟାଙ୍କନ ପ୍ରଣାଳୀକୁ ୩୬୦ ଡିଗ୍ରୀ ମୂଲ୍ୟାଙ୍କନ ମଧ୍ୟ କୁହାଯାଏ। ଏହା କେବଳ ଶିକ୍ଷକ କୈନ୍ଦ୍ରିକ ନହୋଇ, ସହପାଠୀ, ପିତାମାତା ଓ ଶିକ୍ଷାର୍ଥୀର ଆକଳନକୁ ନେଇ ପ୍ରସ୍ତୁତ କରାଯାଏ ବୋଲି କଟକ-ଜଗତସିଂହପୁର ସିବିଏସସି ସିଟି କୋଡିନେଟର ଡଃ ପ୍ରିୟଦର୍ଶୀ ନାୟକ କହିଛନ୍ତି। ପ୍ରଶିକ୍ଷଣ ଶିବିରରେ ବାରବାଟୀ, ଆଠଗଡ଼, ଚୌଦ୍ଵାର ଓ ନୁଆବଜାର ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟ ଏବଂ କ୍ରିଷ୍ଣା ମୂର୍ତ୍ତି ୱାର୍ଲଡ ସ୍କୁଲ ଜରିପଡ଼ାର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.7 ° C
    27.7 °
    27.7 °
    49 %
    2.3kmh
    1 %
    Wed
    28 °
    Thu
    40 °
    Fri
    41 °
    Sat
    37 °
    Sun
    38 °

    ସମ୍ବନ୍ଧିତ