Sunday, March 16, 2025
26.4 C
Odisha

    ହୋଲି ପରେ ଏଭଳି ନିଅନ୍ତୁ ନିଜ ତ୍ୱଚାର ଯତ୍ନ, ଆପଣାନ୍ତୁ ଏହିସବୁ ଉପାୟ

    ଆଗକୁ ପଢନ୍ତୁ

    ରଙ୍ଗର ପର୍ବ ହୋଲି । ଏହିଦିନ ପରସ୍ପର ପରସ୍ପରକୁ ନାନା ପ୍ରକାରର ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଇଥାନ୍ତି ସମସ୍ତେ । ହୋଲି ହେଉଛି ରଙ୍ଗର ପର୍ବ ଏବଂ ଅଧିକାଂଶ କ୍ଷେତ୍ରରେ ଏହି ରଙ୍ଗଗୁଡ଼ିକ କଠିନ ରାସାୟନିକ ପଦାର୍ଥରୁ ତିଆରି ହୋଇଥାଏ । ଯାହା ଆପଣଙ୍କ ତ୍ୱଚା ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଯାହାଦ୍ୱାରା ଆଲର୍ଜି, ଜ୍ୱଳନ ଏବଂ କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା କିପରି ଏହିସବୁ ସମସ୍ୟାକୁ ରୋକାଯାଇପାରିବ? ତେବେ ଏହି ଖୁସିର ପର୍ବରେ କିଛି ସାବଧାନତା ଅବଲମ୍ବନ ନକଲେ ଏହା ଦୁଃଖରେ ପରିଣତ ହୋଇଯାଏ । ହୋଲିର କେମିକାଲ ରଙ୍ଗ ଛଡ଼ାଇବା ପାଇଁ ପ୍ରଥମେ ଶୁଖିଲା ରଙ୍ଗକୁ ଝାଡିଦିଅନ୍ତୁ । ଚର୍ମକୁ ଜୋରରେ ନ ଘଷି ଧୀରେ ଧୀରେ ସଫା କରନ୍ତୁ । ରଙ୍ଗକୁ ଧୀରେ ଧୀରେ ଛଡ଼ାଇବା ପାଇଁ ଏକ ହାଲୁକା ହର୍ବାଲ କ୍ଲିଞ୍ଜର କିମ୍ବା ବେସନ, କ୍ଷୀର ଏବଂ ହଳଦୀର ଏକ ଘରୋଇ ପ୍ୟାକ୍ ବ୍ୟବହାର କରନ୍ତୁ । ଜୋରରେ ଘଷିବା ଦ୍ଵାରା ଚର୍ମରେ ଅଧିକ ଜ୍ୱଳନ ଏବଂ ତ୍ୱଚାକୁ ଅଧିକ କ୍ଷତି ପହଞ୍ଚାଇପାରେ ।

    କେମିକାଲ ରଙ୍ଗ, ସୂର୍ଯ୍ୟକିରଣ ଏବଂ ପାଣିର ସଂସ୍ପର୍ଶରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଚର୍ମକୁ ଅଧିକ ଯତ୍ନ ଏବଂ ପୋଷଣର ଆବଶ୍ୟକତା ଅଛି । ତେଣୁ ମୁହଁକୁ ଏକ ନ୍ୟାଚୁରାଲ କ୍ଳୀଞ୍ଜରରେ ସଫା କରିବା ପରେ । ଅଧିକ ପରିମାଣରେ କେମିକାଲ ଫ୍ରି ମଇଶ୍ଚରାଇଜର କିମ୍ବା ବାଦାମ ତେଲ ଲଗାଇବା ଉଚିତ । ହୋଲି ପରେ ତ୍ୱଚାକୁ ରିହାଇଡ୍ରେଟ୍ କରିବା ପାଇଁ ଆପଣ ଆଲୋଭେରା ଜେଲ୍ କିମ୍ବା ଦହି ଏବଂ ମହୁର ଘରୋଇ ମାସ୍କ ବ୍ୟବହାର କରିପାରିବେ ଯାହା ଆପଣଙ୍କ ସ୍କିନକୁ ଏକ ନ୍ୟାଚୁରାଲ ଗ୍ଲୋ ଦେବ ।

    ହୋଲିରେ ଆପଣଙ୍କର ସ୍କିନ କେୟାର ରୁଟିନ୍ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ତେବେ ହୋଲିରେ କେବଳ ତ୍ୱଚା ନୁହେଁ ଆମ କେଶ ମଧ୍ୟ ବହୁତ ଡ୍ରାଏ ଏବଂ ଖରାପ ହୋଇଯାଇଥାଏ । ଏପରି ପରିସ୍ଥିତିରେ କେଶକୁ ନରମ ଏବଂ ସିଲ୍କ କରିବା ପାଇଁ ହେୟାର ମାସ୍କ ବ୍ୟବହାର କରନ୍ତୁ । ଫ୍ରିଜ୍ ଏବଂ ଡ୍ରାଏ ହେୟାର ସମସ୍ୟାକୁ ଦୂର କରିବା ପାଇଁ ଆପଣ କଦଳୀ ଏବଂ ନଡିଆ ତେଲ ସହିତ ହେୟାର ମାସ୍କ ତିଆରି କରି ଲଗାଇପାରିବେ । ଏହି ହେୟାର ମାସ୍କ ତିଆରି କରିବା ପାଇଁ ୧ ପାଚିଲା କଦଳୀ ଏବଂ ୨ ରୁ ୩ ଚାମଚ ନଡ଼ିଆ ତେଲକୁ ଭଲ ଭାବେ ମିଶାନ୍ତୁ ।

    ଏହାକୁ କେଶରେ ଭଲ ଭାବରେ ଲଗାନ୍ତୁ ଏବଂ ଏହାକୁ ପ୍ରାୟ ଅଧ ଘଣ୍ଟା ଛାଡିଦିଅନ୍ତୁ । ତା’ପରେ କେଶକୁ ପାଣିରେ ଧୋଇ ଦିଅନ୍ତୁ । ଏହି ହେୟାର ମାସ୍କ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କେଶ ସଂପୂର୍ଣ୍ଣ ନରମ ହୋଇଯିବ । ସେହିଭଳି ହୋଲିରେ ଅଧିକ ମେକଅପ୍ ଏବଂ ହେୟାର ଷ୍ଟାଇଲିଂ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ହେଲ୍ଥ ଏକ୍ସପର୍ଟ । ଶରୀରରେ ତେଲ କିମ୍ବା ମଶ୍ଚରାଇଜର ବ୍ୟବହାର କରନ୍ତୁ ଯାହା ଚର୍ମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିବ । ହୋଲି ଖେଳିବାକୁ ଯିବା ପୂର୍ବରୁ ନିଶ୍ଚୟ ଭାବରେ ସନସ୍କ୍ରିନ୍ ବ୍ୟବହାର କରନ୍ତୁ ଏବଂ ନିଜ ମୁହଁ ଓ ଆଖି ପ୍ରତି ଧ୍ୟାନ ଦିଅନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.4 ° C
    26.4 °
    26.4 °
    19 %
    1.9kmh
    0 %
    Sat
    26 °
    Sun
    40 °
    Mon
    40 °
    Tue
    40 °
    Wed
    41 °

    ସମ୍ବନ୍ଧିତ