Thursday, February 26, 2026
17.9 C
Odisha

    ୟୁକ୍ରେନ ସହ ଯୁଦ୍ଧ ବନ୍ଦ ପାଇଁ ଭାରତ ମଧ୍ୟସ୍ଥତା କରୁ: ପୁତିନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରି ଶାନ୍ତି ପ୍ରତିଷ୍ଠା ଲାଗି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପ୍ରସ୍ତୁତ ଅଛନ୍ତି ବୋଲି ରଏଟରକୁ ଏକ ସାକ୍ଷାତକାର ଦେବା ଅବସରରେ କହିଛନ୍ତି। ତେବେ ଏଥିପାଇଁ ସେ ଏକ ସର୍ତ୍ତ ରଖିଛନ୍ତି। ଯୁଦ୍ଧ ବନ୍ଦ ଲାଗି ଭାରତ, ଚୀନ ଏବଂ ବ୍ରାଜିଲ ମଧ୍ୟସ୍ଥତାରେ ଆଲୋଚନା କରିବାକୁ ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମେ ରୁଷ ଗସ୍ତ ଏବଂ ପରେ ପରେ ୟୁକ୍ରେନ ଗସ୍ତର କିଛି ଦିନ ପରେ ପୁତିନ ଏଭଳି କହିବା ବୈଶ୍ବିକ ରାଜନୀତି ପାଇଁ ଚର୍ଚ୍ଚାର ବିଷୟ ହୋଇଛି।

    ପୁତିନ କହିଛନ୍ତି, ଆମେ ଆମର ସହଯୋଗୀ ଏବଂ ବନ୍ଧୁ ରାଷ୍ଟ୍ରମାନଙ୍କୁ ସମ୍ମାନ କରୁ। ବର୍ତ୍ତମାନ ଯୁଦ୍ଧକୁ ନେଇ ଚାଲିଥÒବା ସମସ୍ୟାର ସମାଧାନ ପାଇଁ ବିଶେଷତଃ ଭାରତ, ଚୀନ ଏବଂ ବ୍ରାଜିଲ ଭୂମିକାକୁ ଗୁରୁତ୍ବ ଦେଉଛୁ। ଯୁଦ୍ଧ ପ୍ରସଙ୍ଗକୁ ନେଇ ଏହି ରାଷ୍ଟ୍ରମାନଙ୍କ ସହ ରୁଷ ନିରନ୍ତର ସମ୍ପର୍କ ବଜାୟ ରଖିଥିଲା ବେଳେ ଶାନ୍ତି ପ୍ରସ୍ତାବ ଆଲୋଚନା ବେଳେ ଏହି ତିନି ରାଷ୍ଟ୍ର ଉପସ୍ଥିତ ରହିବା ଦରକାର। ପୁତିନଙ୍କ ବ୍ୟତୀତ ରାଷ୍ଟ୍ରପତି କାର୍ଯ୍ୟାଳୟ ପ୍ରବକ୍ତା ଦିମିତ୍ରି ପେସକୋଭ୍‌ ମଧ୍ୟ ବଡ଼ ଟିପ୍ପଣୀ କରିଛନ୍ତି। ୟୁକ୍ରେନ ସହ ଶାନ୍ତି ଆଲୋଚନା ବେଳେ ଆମେ ଭାରତର ଭୂମିକାକୁ ଗୁରୁତ୍ବ ଦେଉଛୁ ବୋଲି ଦିମିତ୍ରି କହିଛନ୍ତି। ରାଷ୍ଟ୍ରପତି ପୁତିନଙ୍କ ସହ ମୋଦୀଙ୍କ ବନ୍ଧୁତ୍ବ ଏବଂ ଗଠନମୂଳକ ସମ୍ପର୍କକୁ ନେଇ ଭାରତ ୟୁକ୍ରେନ ସହିତ ଆଲୋଚନାକୁ ଠିକଣା ଭାବେ ତ୍ବରାନ୍ବିତ କରିପାରିବ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.9 ° C
    17.9 °
    17.9 °
    35 %
    1.2kmh
    0 %
    Thu
    32 °
    Fri
    34 °
    Sat
    36 °
    Sun
    37 °
    Mon
    36 °

    ସମ୍ବନ୍ଧିତ