Friday, October 16, 2026
28.4 C
Odisha

    ନବୀନ ଓ ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ହୋଇଛି । ଏ ନେଇ ଜଣେ ଆଇନଜୀବୀ ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମୋ ସ୍କୁଲ ଓ ଝୋଟ ବ୍ୟାଗ ବଣ୍ଟନରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ହୋଇଛି । ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ଆଇନଜୀବୀ ଦାବି କରିଛନ୍ତି। ନିର୍ବାଚନ ପୂର୍ବରୁ ସରକାର ଶହ ଶହ କୋଟିର ଝୋଟ ବ୍ୟାଗ ବାଣ୍ଟଥିିଲେ। ବିଧାନସଭାରେ ଝୋଟ ବ୍ୟାଗ ବଣ୍ଟନ ଖର୍ଚ୍ଚ ନେଇ ହୋସ ଉଡ଼ାଇବା ଭଳି ତଥ୍ୟ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିର୍ବାଚନ ପୂର୍ବରୁ ସରକାର ବାଣ୍ଟିଥିବା ଝୋଟ ବ୍ୟାଗ ଖର୍ଚ୍ଚ ନେଇ ତଥ୍ୟ ଦେଇ ମନ୍ତ୍ରୀ କହିଥିଲେ ଏ ବାବଦରେ ଖର୍ଚ୍ଚ ହୋଇଥିଲା ୨୪୭ କୋଟି ୩୬ ଲକ୍ଷ ଟଙ୍କା । ସାଧାରଣ ନିର୍ବାଚନ ପୂର୍ବରୁ ୨ଟି ବ୍ୟାଗ ସହ ପରିବାର ପିଛା ୧ ହଜାର ଟଙ୍କା ବଣ୍ଟାଯାଇଥିଲା । ୧ ହଜାର ଟଙ୍କା ବଣ୍ଟନରେ ଖର୍ଚ୍ଚ ହୋଇଛି ମୋଟ ୯୫୯ କୋଟି ୫ ଲକ୍ଷ । ନିର୍ବାଚନ ପୂର୍ବରୁ ପରିବାର ପିଛା ୨ଟି ବ୍ୟାଗ, ୧ ହଜାର ଟଙ୍କା ବଣ୍ଟାଯାଇଥିଲା ବୋଲି ଗୃହରେ ତଥ୍ୟ ଦେଇଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.4 ° C
    28.4 °
    28.4 °
    68 %
    1.9kmh
    31 %
    Fri
    29 °
    Sat
    28 °
    Sun
    27 °
    Mon
    30 °
    Tue
    30 °

    ସମ୍ବନ୍ଧିତ