Wednesday, February 18, 2026
27.8 C
Odisha

    ୧୦ଟାରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜିଠୁ ଯୁକ୍ତ ୨ ପରୀକ୍ଷା । ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ମାତୃଭାଷା ପରୀକ୍ଷା ରହିଛି । ଆସନ୍ତାକାଲିଠୁ ଧନ୍ଦାମୂଳକ ଓ ୨୦ ତାରିଖରୁ କଳା ଓ ବାଣିଜ୍ୟ ବିଭାଗ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ସାରା ରାଜ୍ୟରେ ୧୩୫୭ଟି ପରୀକ୍ଷାକେନ୍ଦ୍ର ହୋଇଛି । ୧୯୦୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ଲକ୍ଷ ୧ହଜାର ୬୩୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । କଳାରେ ସର୍ବାଧିକ ୨ ଲକ୍ଷ ୫୬ ହଜାର ୭୦୭ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୩୬୩, ବାଣିଜ୍ୟରେ ୨୪ହଜାର ୬୨୧ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୯୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଚଳିତଥର ୨୫ହଜାର ୮୮ ଜଣ ଏକ୍ସ ରେଗୁଲାର୍ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

    ସକାଳ ସାଢେ ୮ଟା ସୁଦ୍ଧା ପ୍ରଶ୍ନପତ୍ର ପ୍ୟାକେଟ ପହଞ୍ଚିବ। ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ନିଜ ନିଜ ସିଟରେ ବସିବେ। ଧାର୍ଯ୍ୟ ସମୟର ୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପଚ୍ର ବଣ୍ଟନ କରାଯିବ। ୧୦ଟାରୁ ଆରମ୍ଭ ହେବ ପରୀକ୍ଷା । କପି ରୋକିବାକୁ ପାଞ୍ଚ ଥାକିଆ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି । ଏହାସହ ପ୍ରତି ଜିଲ୍ଲାରେ ୨ଟି ଲେଖାଏଁ କେନ୍ଦ୍ରୀୟ ସ୍କ୍ୱାର୍ଡ ଟିମ୍ ମୁତୟନ ହୋଇଛନ୍ତି । ମୋବାଇଲ୍ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ରୋକିବା ପାଇଁ ଦୁଇ ସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପୂର୍ବରୁ କଡ଼ା ସୁରକ୍ଷା ମଧ୍ୟରେ ମୋଟ୍ ୨୧୧ ଟି ହବ୍ ରେ ପ୍ରଶ୍ନପତ୍ର ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.8 ° C
    27.8 °
    27.8 °
    34 %
    1kmh
    0 %
    Wed
    33 °
    Thu
    34 °
    Fri
    35 °
    Sat
    37 °
    Sun
    36 °

    ସମ୍ବନ୍ଧିତ