Sunday, February 23, 2025
20.5 C
Odisha

    ୧୦ ଡିଗ୍ରୀ ତଳେ ୧୫ ସହରର ତାପମାତ୍ରା, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

    ଆଗକୁ ପଢନ୍ତୁ

    ଶୀତ ପ୍ରକୋପ ଉପରେ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ । ଝାରସୁଗୁଡ଼ା, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼କୁ ଦିଆଯାଉଛି ୟେଲୋ ୱାର୍ଣ୍ଣିଂ । ସେହିପରି ୨ ଦିନ ଘନ କୁହୁଡ଼ି ନେଇ କୋରାପୁଟ ଓ କନ୍ଧମାଳ ଜିଲ୍ଲାକୁ କରାଯାଇଛି ଆଲର୍ଟ । କାଲି ପରଠାରୁ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ବର୍ତ୍ତମାନ ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି ୧୫ ସହରର ତାପମାତ୍ରା । ରାତି ତାପମାତ୍ରା ଅନୁସାରେ ଓଡ଼ିଶାର ସବୁଠୁ ଥଣ୍ଡା ସହର ଜି.ଉଦୟଗିରିର ତାପମାତ୍ରା ୫.୨, ସେମିଳିଗୁଡ଼ା ଓ ଫୁଲବାଣୀ ୯, ରାଉରକେଲା ୭.୨, କିରେଇ ୮.୮, ଦାରିଙ୍ଗବାଡ଼ି ୧୦.୫, ବୌଦ୍ଧ ୧୦.୨, ଚିପିଲିମା ୧୦.୨, ଝାରସୁଗୁଡ଼ା ୮, ସୁନ୍ଦରଗଡ଼ର ତାପମାତ୍ରା ୧୦ ଡିଗ୍ରୀ ରହିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ଭୁବନେଶ୍ବରର ତାପମାତ୍ରା ୧୪ ଡିଗ୍ରୀ ଥିବାବେଳେ କଟକର ତାପମାତ୍ରା ୧୨ଡିଗ୍ରୀ ରହିଛି । ଏଥିସହ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାକୁ ଶୀତ ଲହରୀର ସତର୍କତା ଜାରି କରାଯାଇଛି । ସୂଚନା ଅନୁସାରେ, ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ଶୀତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    35 %
    1.6kmh
    0 %
    Sat
    21 °
    Sun
    33 °
    Mon
    34 °
    Tue
    35 °
    Wed
    35 °

    ସମ୍ବନ୍ଧିତ