Saturday, April 11, 2026
37.5 C
Odisha

    ୧୦ ମାସ ପରେ ମହାକାଶରୁ ଫେରିବେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପ୍ରାୟ ୧୦ ମାସ ରହିବା ପରେ ନାସାରେ ଫସି ରହିଥିବା ମହାକାଶଚାରୀ ସୁନୀତା ୱିଲିୟମ୍ସ ଖୁବ୍ ଶୀଘ୍ର ସାଥୀ ମହାକାଶଚାରୀ ବୁଚ୍ ୱିଲ୍ମୋରଙ୍କ ସହ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ଅପ୍ରତ୍ୟାଶିତ ବୈଷୟିକ ସମସ୍ୟା କାରଣରୁ ସେମାନଙ୍କର ୧୦ ଦିନିଆ ମିଶନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ନାସାର ଏହୁ ଉଦ୍ଧାର ଅଭିଯାନକୁ ସରକାରୀ ଅନୁମୋଦନ ମିଳିଛି ଏବଂ ସ୍ପେସ୍ ଏକ୍ସର ଡ୍ରାଗନ୍ ମହାକାଶଯାନ ମହାକାଶଚାରୀମାନଙ୍କୁ ପୃଥିବୀକୁ ଫେରାଇ ଆଣିବ ବୋଲି ଜଣାପଡିଛି।
    ଗତ ୮ ତାରିଖରେ ‘କ୍ରୁ-୯’ର ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ନାସା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଘୋଷଣା କରିଥିଲା, ଯେଉଁଥିରେ ମହାକାଶଚାରୀ ୱିଲିୟମ୍ସ, ୱିଲ୍ମୋର, ନିକ୍ ହେଗ ଏବଂ ଆଲେକ୍ସାଣ୍ଡର ଗୋରବୁନୋଭ ସଦସ୍ୟ ଅଛନ୍ତି। ଆଇଏସଏସରେ ‘କ୍ରୁ-୧୦’ର ଆଗମନ ପର୍ଯ୍ୟନ୍ତ ସେମାନେ ପୃଥିବୀକୁ ଫେରିବେ ନାହିଁ । ‘କ୍ରୁ-୧୦’ ମାର୍ଚ୍ଚ ୧୨ ତାରିଖ ଭାରତୀୟ ସମୟ ସଂଧ୍ୟା ୫ଟା ୧୮ ମିନିଟରେ ଉଡ଼ାଣ ଭରିବ ଏବଂ ‘କ୍ରୁ-୯’ ମାର୍ଚ୍ଚ ୧୬ରେ ଉଡ଼ାଣ କରିବ।ନାସାର ଜଣେ ମୁଖପାତ୍ର କହିଛନ୍ତି, ମାର୍ଚ୍ଚ ୧୨ରେ ‘କ୍ରୁ-୧୦’ର ଉତକ୍ଷେପଣ ପାଇଁ ‘କ୍ରୁ-୯’ ମାର୍ଚ୍ଚ ୧୬ରେ ଉଡ଼ାଣ ଭରିବ। ଏଭଳି ସମନ୍ୱିତ ସମୟ ଦ୍ୱାରା ଆଇଏସଏସରେ ମହାକାଶଚାରୀମାନଙ୍କୁ ସୁରୁଖୁରୁରେ ସ୍ଥାନାନ୍ତର କରାଯାଇପାରିବ ଏବଂ ମହାକାଶ ଷ୍ଟେସନରେ କରାଯାଉଥିବା ଅପରେସନରେ ନିରନ୍ତରତା ବଜାୟ ରଖାଯାଇପାରିବ।

    ସୁନିତା ୱିଲିୟମ୍ସ ଏବଂ ବ୍ୟାରି ୱିଲମୋରଙ୍କୁ ପ୍ରଥମେ ଆଇଏସଏସରେ ୧୦ ଦିନିଆ ମିଶନ ଦିଆଯାଇଥିଲା। ତେବେ ମହାକାଶଯାନରେ ଗୁରୁତର ବୈଷୟିକ ତ୍ରୁଟି କାରଣରୁ ଏହି ଅଭିଯାନର ସମୟସୀମାକୁ ବଢ଼ାଇ ଦିଆଯାଇଥିଲା। ଦୀର୍ଘକାଳୀନ ଅଭିଯାନ ଆହ୍ୱାନପୂର୍ଣ୍ଣ ଥିଲା କିନ୍ତୁ ମହାକାଶରେ ମୂଲ୍ୟବାନ ବୈଜ୍ଞାନିକ ଗବେଷଣା ଏବଂ ପର୍ଯ୍ୟବେକ୍ଷଣ ମଧ୍ୟ ହାସଲ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ