Thursday, March 12, 2026
25.8 C
Odisha

    ୧୧ ପ୍ରସ୍ତାବକୁ କ୍ୟାବିନେଟ ମୋହର : ବଦଳିଲା ରେସନ କାର୍ଡଧାରୀଙ୍କ ଯୋଗ୍ୟତା ମାନଦଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଏଣିକି ଗ୍ରାମାଞ୍ଚଳରେ ମାସିକ ୧୫ ହଜାର ଓ ସହରାଞ୍ଚଳରେ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ କରୁଥିବା ପରିବାର ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ। ରେସନ କାର୍ଡ ପାଇଁ ଯୋଗ୍ୟତା ମାନଦଣ୍ଡରେ ପରିବର୍ତ୍ତନ ହୋଇଛି। ହିତାଧିକାରୀଙ୍କ ଆୟ ସୀମା ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। ରେସନ କାର୍ଡରୁ ବାଦ୍ ଦେବା ମାନଦଣ୍ଡରେ ପୂର୍ବରୁ ପରିବାରର ମାସିକ ଆୟ ସୀମା ଗ୍ରାମାଞ୍ଚଳରେ ୧୦ ହଜାର ଟଙ୍କା ଓ ସହରାଞ୍ଚଳରେ ୧୫ ହଜାର ଟଙ୍କା ଥିଲା। ରାଜ୍ୟ କ୍ୟାବିନେଟର ୩୪ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ମୋଟ ୮ଟି ବିଭାଗର ୧୧ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

     

    ରାଜ୍ୟ କ୍ୟାବିନେଟ୍ ବୈଠକରେ ମୃତ ବ୍ୟକ୍ତିଙ୍କ ନାମରେ ଅନୁଚିତ ଭାବେ ରେସନ ସାମଗ୍ରୀ ଉଠାଣକୁ ରୋକିବା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ସଂଶୋଧନ ଦ୍ୱାରା ରେସନ୍ କାର୍ଡରେ ଥିବା କୌଣସି ସଦସ୍ୟଙ୍କ ମୃତ୍ୟୁ ସମ୍ପର୍କରେ ତୁରନ୍ତ ସୂଚନା ଦେବାର ଦାୟିତ୍ବ ଘରର ମୁଖ୍ୟ କିମ୍ବା ନାମାଙ୍କିତ ସଦସ୍ୟଙ୍କ ଉପରେ ନ୍ୟସ୍ତ କରାଯାଇଛି। ତଥ୍ୟ ଲୁଚାଇ ସାମଗ୍ରୀ ଗ୍ରହଣ କଲେ ମୃତ୍ୟୁ ତାରିଖଠାରୁ ଗ୍ରହଣ କରାଯାଇଥିବା ସାମଗ୍ରୀର ମୂଲ୍ୟ ଦେଢ଼ ଗୁଣ ହାରରେ ଆଦାୟ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ପରବର୍ତ୍ତୀ ମାସର ପ୍ରାପ୍ୟରୁ କାଟି ନିଆଯିବ କିମ୍ବା ପ୍ରଚଳିତ ଅର୍ଥନୈତିକ ମୂଲ୍ୟ ଅନୁଯାୟୀ ଭରଣା କରାଯିବ। ସେହିଭଳି ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା (ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା) ନିୟମ, ୨୦୨୦ରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏହି ସଂଶୋଧନ ଅନୁଯାୟୀ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ନିୟମିତ ଇ-କେୱାଇସି ଯାଞ୍ଚ ବାଧ୍ୟତାମୂଳକ ହେବ। ନାବାଳକଙ୍କ ନାମରେ ପୃଥକ ରେସନ୍ କାର୍ଡ ଜାରି କରାଯିବ ନାହିଁ। ନିଷ୍କ୍ରିୟ ଏବଂ ଅଯୋଗ୍ୟ ରେସନ୍ କାର୍ଡଗୁଡ଼ିକ ରଦ୍ଦ କରାଯିବ। ଏହାଦ୍ୱାରା ଅଯୋଗ୍ୟ ପରିବାର ଚିହ୍ନଟ, ରିଆତି ଖାଦ୍ୟଶସ୍ୟର ହରିଲୁଟ୍‌ ଓ ଜାଲିଆତି ଭଳି ଦୀର୍ଘକାଳୀନ ସମସ୍ୟାର ସମାଧାନ ହେବ ବୋଲି କୁହାଯାଇଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.8 ° C
    25.8 °
    25.8 °
    18 %
    2.3kmh
    0 %
    Thu
    26 °
    Fri
    38 °
    Sat
    39 °
    Sun
    40 °
    Mon
    38 °

    ସମ୍ବନ୍ଧିତ