Wednesday, February 18, 2026
32 C
Odisha

    ୧୧ ମାସରେ ଆସିଲା ହାମ୍ପି ହରର ରାୟ, ୩ ଜଣଙ୍କୁ ମୃତ୍ୟୁଦଣ୍ଡ

    ଆଗକୁ ପଢନ୍ତୁ

    ୧୧ ମାସରେ ଆସିଲା ହାମ୍ପି ହରର ରାୟ ।  ଓଡ଼ିଆ ଯୁବକଙ୍କ ହତ୍ୟାକାରୀଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ  ।  ୨ ଜଣ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଓ ଜଣଙ୍କୁ ହତ୍ୟା ମାମଲାରେ ୩ ଜଣଙ୍କୁ ମୃତ୍ୟୁଦଣ୍ଡ ମିଳିଛି ।  କର୍ଣ୍ଣାଟକର ସେସନ୍ସ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ।  ତିନି ଅଭିଯୁକ୍ତ ହେଲେ ମାଲେଶ, ସାଇ ଓ ସରନପ୍ପା ।  କର୍ଣ୍ଣାଟକ ହାମ୍ପି ନିକଟ ସନପୁରାରେ ତୁଙ୍ଗଭଦ୍ରା କେନାଲ ନିକଟରେ ଦୁଷ୍କର୍ମ ଓ ହତ୍ୟା ଘଟଣା ଘଟିଥିଲା ।  ଗତ ବର୍ଷ ମାର୍ଚ୍ଚ ୬ ତାରିଖରେ ଓଡ଼ିଆ ଯୁବକ ବିଭାସ ନାୟକ ୨ ଜଣ ବନ୍ଧୁ ଏବଂ ଇସ୍ରାଏଲ ଯୁବତୀ ଓ ପେଇଂ ଗେଷ୍ଟ ଓନର ହାମ୍ପି ହ୍ରଦକୂଳକୁ ଯାଇଥିଲେ ।

    ଏହି ସମୟରେ ବାଇକରେ ୩ଜଣ ଦୁର୍ବୃତ୍ତ ଆସି ସେମାନଙ୍କୁ ଟଙ୍କା ମାଗିଥିଲେ ।  ଟଙ୍କା ନଦେବାରୁ ଦୁର୍ବୃତ୍ତମାନେ ବିଭାସଙ୍କ ସମେତ ୨ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ତୁଙ୍ଗଭଦ୍ରା ଦକ୍ଷିଣ କେନାଲକୁ ଫିଙ୍ଗିଦେଇଥିଲେ ।  ପରେ ଇସ୍ରାଏଲ ଯୁବତୀ ଓ ପିଜି ଓନରଙ୍କୁ ଗଣଦୁଷ୍କର୍ମ କରିଥିଲେ ।  ୨ଜଣ ଯୁବକ ଜୀବନ ରକ୍ଷା କରି କୂଳକୁ ଆସିପାରିଥିବା ବେଳେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

    ମୃତକ ଜଣକ ଥିଲେ ଓଡ଼ିଶାର କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିର ବିଭାସ ନାୟକ ।  ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ସହ ଜଣଙ୍କୁ ହତ୍ୟା ଘଟଣା, ସେତେବେଳେ ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ।  ଗଙ୍ଗାବତୀର ଫାଷ୍ଟ ଆଡିସନାଲ ଡିଷ୍ଟ୍ରିକ୍ଟ ଆଣ୍ଡ ସେସନ୍ସ କୋର୍ଟ ଫେବ୍ରୁଆରୀ ୬ରେ ତିନିଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା ।  ସେମାନଙ୍କୁ ହତ୍ୟା, ଗଣ ଦୁଷ୍କର୍ମ, ହତ୍ୟା ଉଦ୍ୟମ, ଲୁଟ୍ ଆଦି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।  ଆଜି ତିନିଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32 ° C
    32 °
    32 °
    19 %
    2.5kmh
    0 %
    Wed
    33 °
    Thu
    34 °
    Fri
    35 °
    Sat
    37 °
    Sun
    36 °

    ସମ୍ବନ୍ଧିତ