Friday, October 23, 2026
22 C
Odisha

    ୪ ଡିଗ୍ରୀ କମିବ ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିଛି। ପଶ୍ଚିମରେ ମଧ୍ୟ ସର୍ବାଧିକ ତାପମାତ୍ରା କମିଛି। ରବିବାର ବୌଦ୍ଧରେ ଦିନ ତାପମାତ୍ରା ୪୧.୭ଡିଗ୍ରୀ ଛୁଇଁଛି। ବଲାଙ୍ଗିର ଓ ଝାରସୁଗୁଡ଼ାରେ ପାରଦ ୪୦.୨ ଡିଗ୍ରୀ ଥିବାବେଳେ ତାଳଚେରରେ ୪୦ ଡିଗ୍ରୀ ରହିଥିଲା। ଭୁବନେଶ୍ବରରେ ଦିନ ତାପମାତ୍ରା ୩୦.୨ ଡିଗ୍ରୀକୁ ଖସିଛି। କଟକରେ ୩୦.୪ ଡିଗ୍ରୀ ରେକର୍ଡ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଅର୍ଥାତ ପଶ୍ଚିମରେ ଦିନ ତାପମାତ୍ରା ୪୦ ଡିଗ୍ରୀକୁ ଖସି ଆସିବ ଓ ଉପକୂଳରେ ୩୦ ଡିଗ୍ରୀ ପାଖାପାଖି ରହିପାରେ।

    ରବିବାର ଅପରାହ୍ଣରେ ଛତ୍ରପୁର ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ପ୍ରାୟ ୭୬.୨ ମି.ମି. ବର୍ଷା ହୋଇଥିବାବେଳେ ମାଲକାନଗିରି ଏବଂ ଗୋପାଳପୁର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଏବଂ ରାୟଗଡ଼ା ଜିଲାରେ କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ହୋଇପାରେ। ବଜ୍ରପାତ ସହିତ ଘଣ୍ଟାପ୍ରତି ୫୦ରୁ ୬୦ କି.ମି. ବେଗରେ ପବନ ବହିପାରେ। କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଖୋରଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୂଆପଡ଼ା, ବଲାଙ୍ଗିର ଏବଂ ମାଲକାନଗିରି ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22 ° C
    22 °
    22 °
    78 %
    1.1kmh
    0 %
    Thu
    22 °
    Fri
    30 °
    Sat
    29 °
    Sun
    27 °
    Mon
    28 °

    ସମ୍ବନ୍ଧିତ