Monday, February 23, 2026
29.7 C
Odisha

    ୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୩ଟି ରାଜ୍ୟର ୧୪ଟି ଆସନର ଉପନିର୍ବାଚନ ତାରିଖ ବଦଳିଛି । ଏହି ସବୁ ଆସନରେ ନଭେମ୍ବର ୧୩ରେ ମତଦାନ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିବା ବେଳେ ଏବେ ନଭେମ୍ବର ୨୦ରେ ମତଦାନ ଗ୍ରହଣ କରାଯିବ । ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶର, ପଞ୍ଜାବ ଓ କେରଳର ବିଭିନ୍ନ ଆସନରେ ଆସନ୍ତା ୧୩ରେ ଭୋଟ ଗ୍ରହଣ କରାଯିବାର ଥିଲା । କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ମେଳା ହୋଇଥାଏ ଓ ଲୋକମାନେ ବହୁସଂଖ୍ୟାରେ ଗଙ୍ଗା ସ୍ନାନ କରିବାକୁ ଯାଇଥାନ୍ତି ।
    ନଭେମ୍ବର ୧୪କୁ କାର୍ତ୍ତିକ ପୂର୍ଣ୍ଣିମା ଓ ଗୁରୁନାନକ ଦେବଜୀଙ୍କ ପ୍ରକାଶ ପର୍ବ ପଡ଼ୁଛି । ଉତ୍ତରପ୍ରଦେଶରେ ଭାଜପା, ଆରଏଲଡି ଓ ବସପା ପକ୍ଷରୁ ନିର୍ବାଚନ ତାରିଖ ବଦଳାଇବାକୁ ଦାବି କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.7 ° C
    29.7 °
    29.7 °
    35 %
    1.5kmh
    0 %
    Mon
    34 °
    Tue
    33 °
    Wed
    34 °
    Thu
    35 °
    Fri
    35 °

    ସମ୍ବନ୍ଧିତ