Monday, February 10, 2025
26.6 C
Odisha

    ୧୫ ପରେ ଆଉ ବଢିବନି E-KYC ଅବଧି : ଯୋଗାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାସନ କାର୍ଡର E-KYC ପାଇଁ ଫେବୃୟାରୀ ୧୫ ରେ ସରିବା ସମୟ ସୀମା । ୩୭ ଲକ୍ଷ ୮୫ ହାଜର ୪୯୬ ଜଣ ଲୋକ ଏବେ ସୁଦ୍ଧା କରିନାହାନ୍ତି E-KYC । ୬ ଦିନ ଭିତରେ E-KYC କରି ଦେବାକୁ ପୁଣି କହିଲେ ଯୋଗାଣ ମନ୍ତ୍ରୀ । ୧୫ ପରେ ଆଉ E-KYC ଅବଧି ବଢିବ ନାହିଁ । ଏହି ସମୟ ଭିତରେ ଯେଉଁମାନେ E-KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ ।

    E-KYC ନ କରିଥିବା କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟମାନେ କାର୍ଡ ନଫେରାଇଲେ, ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ । ଏଠି ସହ ନୂଆ ଲୋକଙ୍କୁ ବି ଯୋଡ଼ା ଯିବ । ଇତି ମଧ୍ୟରେ ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃୃଷ୍ଣ ଚନ୍ଦ୍ର ପାତ୍ର ।ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକଙ୍କର ବି କାର୍ଡ ଥିବା ରିପୋର୍ଟ ଆସିଛି । ଏ ସବୁର ସର୍ଭେ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେସବୁ କାର୍ଡଗୁଡ଼ିକ ମଧ୍ୟ କଟିବ । ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ପାଇଁ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଚାକିରି କରିଥିବା ବା ଆୟକର ଦେଉଥିବା ୧୨ ହାଜର ଅଯୋଗ୍ୟ ରାସନ କାର୍ଡ ଫେରାଇ ସାରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.6 ° C
    26.6 °
    26.6 °
    14 %
    2.1kmh
    0 %
    Mon
    25 °
    Tue
    35 °
    Wed
    36 °
    Thu
    36 °
    Fri
    34 °

    ସମ୍ବନ୍ଧିତ