Sunday, February 8, 2026
28.3 C
Odisha

    ୧୮ରୁ ଯୁକ୍ତ ୨ ପରୀକ୍ଷା, ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା : ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା, ୧୯ରୁ ହେବ ମାଟ୍ରିକ ପରୀକ୍ଷା । ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ନେଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ପରୀକ୍ଷା ପରିଚାଳନାରେ କୌଣସି ଅବହେଳାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ସମସ୍ତ ଅଧିକାରୀ ନିଜ ନିଜର କର୍ତ୍ତ୍ୟବ ସୁଚାରୁ ରୂପେ ପାଳିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ବୈଠକରେ ସମସ୍ତା ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଏସପି ମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ । ବୈଠକରେ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସାମିଲ ହୋଇଥିଲେ ।

    ଚଳିତ ବର୍ଷ ଯୁକ୍ତ ଦୁଇ କଳାରେ ୨ଲକ୍ଷ ୫୬ ହଜାର ୭୦୭ ଜଣ, ବାଣିଜ୍ୟରେ ୨୪ ହଜାର ୬୨୧ ଏବଂ ବିଜ୍ଞାନରେ ୧ ଲକ୍ଷ ୧୪ ହଜାର ୩୬୩ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫୯୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିପରି ମାଟ୍ରିକ ପରୀକ୍ଷା ଦେବେ ରାଜ୍ୟର ୫ ଲକ୍ଷ ୬୧ ୯ଶହ ୭୯ ଜଣ ଛାତ୍ରଛାତ୍ରୀ । ସେମଧ୍ୟରୁ ୫ ଲକ୍ଷ ୪୬ ହଜାର ୭ଶହ ୭୫ ଜଣ ରେଗୁଲାର ପରୀକ୍ଷାର୍ଥୀ । ବୈଠକରେ ଷ୍ଟ୍ରଙ୍ଗରୁମ, ପ୍ରଶ୍ନପତ୍ର ପରିଚାଳନା ଉପରେ ସ୍ବତନ୍ତ୍ର ଫୋକସ ଦିଆଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    14 %
    3.4kmh
    0 %
    Sun
    29 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ