Friday, March 27, 2026
24.5 C
Odisha

    ୧୮ରେ ଭାରତ ଆସିବେ ବ୍ରାଜିଲ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବ୍ରାଜିଲ ରା​‌ଷ୍ଟ୍ରପତି ଲୁଇ ଇନାସିଓ ଲୁଲା ଡା’ ସିଲ୍‌ଭା ଆସନ୍ତା ୧୮ରେ ପାଞ୍ଚଦିନିଆ ଭାରତ ଗସ୍ତରେ ଆସୁଥିବା ଜଣାପଡିଛି। ଫେବୃଆରୀ ୧୯ ଓ ୨୦ ଦୁଇଦିନ ଧରି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ଏଆଇ ସମ୍ମିଳନୀରେ ସିଲ୍‌ଭା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୧ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜଏସ୍‌ୱାଲ ସୂଚନା ଦେଇଛନ୍ତି। ଏହି ଗସ୍ତ ଅବସରରେ ସିଲ୍‌ଭା ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନଙ୍କୁ ମଧ୍ୟ ଭେଟିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    31 %
    1.3kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    41 °
    Tue
    38 °

    ସମ୍ବନ୍ଧିତ