ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ପାଗ ଅନୁକୁଳ ରହିଛି । ଚାଷୀମାନଙ୍କ ପାଇଁ ବେସ ଖୁସିର ଖବର । ଦୁଇରୁ ତିନି ମଧ୍ୟରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବ । ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଘୂର୍ଣ୍ଣିବଳୟ ସକ୍ରିୟ ଫଳରେ ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଓ ବାଲେଶ୍ବରକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।
ଅନ୍ୟପଟେ ଭାରତୀୟ ପାଣିପାଗ ନିର୍ଦ୍ଦେଶକଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,” ଚଳିତ ଥର ସଅଳ ଆସିଥିବା ମୌସୁମୀ ଏବେ ସକ୍ରିୟ ହୋଇଛି । ଦେଶର ବିଭିନ୍ନ ରାଜ୍ୟ ଅତିକ୍ରମ କରି ଓଡ଼ିଶା ମଧ୍ୟ ପ୍ରବେଶ କରିଥିବା ବେଳେ ବିଭିନ୍ନ ପ୍ରାନ୍ତକୁ ମୌସୁମୀ ଛୁଇଁଛି । ତେଣୁ ଆଗାମୀ ଦୁଇ ଦିନ ମଧ୍ୟରେ ଅଗ୍ରସର ହେବ ମୌସୁନୀ ବାୟୁ । ଏପରିକି ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବାୟୁ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ବର୍ଷାର ପରିମାଣ ବଢିବ । ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ଅଛି , ଆଗକୁ ଅହୁରି ପ୍ରଭାବ ଦେଖିବାକୁ ମିଳିବ। ଲଘୁଚାପ କ୍ଷେତ୍ର ସୃଷ୍ଟି ଫଳରେ ଯାହାର ପ୍ରଭାବରେ ମୌସୁମୀ ସକ୍ରିୟ ହେବ । ମୌସୁମୀ ଋତୁରେ ଯେତିକି ବର୍ଷା ହୁଏ ଚଳିତ ବର୍ଷ ଓଡିଶାରେ ତାଠୁ ଅଧିକ ବର୍ଷା ହେବ । ଅର୍ଥାତ୍ ସ୍ବଳ୍ପ ବୃଷ୍ଟାପାତ ନୁହେଁ ସ୍ବଭାବିକଠୁ ଅଧିକ ବର୍ଷ ହୋଇପାରେ । ଯାହାକି ଚାଷ ଓ ଚାଷୀ ଭାଇମାନଙ୍କ ପାଇଁ ପୁରା ଅନୁକୁଳ ପାଗ ରହିବ । ଫଳରେ ଚାଷର କାର୍ଯ୍ଯ ସଠିକ ଭାବେ କରିବା ପାଇଁ ଆବଶ୍ୟକୀୟ ବୃଷ୍ଟିପାତ ବିଶେଷ କରି ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଲାଗି ରହିବ ।”