Saturday, March 14, 2026
24.4 C
Odisha

    ୨ରୁ ୪ ଡିଗ୍ରୀ ବଢ଼ିପରେ ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଜାନୁଆରୀରୁ ପ୍ରଭାବ ଦେଖାଇବାରେ ଲାଗିଲାଣି ଖରା । ଉପକୂଳରୁ ଆଭ୍ୟନ୍ତର ପର୍ଯ୍ୟନ୍ତ, ସବୁଆଡେ ଜଣାପଡିଲାଣି ଗରମର ପ୍ରଭାବ । ଦିନ ବା ରାତିରେ ଲୋକମାନେ ଫ୍ୟାନ୍ ଲଗାଇଲେଣି ।

    ତେବେ ରାଜ୍ୟରେ ଜାରି ରହିଛି ଗୁରୁଚାପ ବଳୟର ପ୍ରଭାବ । ଏହାର ପ୍ରଭାବରେ ଆସନ୍ତା ୫ ଦିନ ପାଗ ଶୁଖିଲା ରହିବ । ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବାର ଆଶଙ୍କା ରହିଛି ।ଆସନ୍ତା ୩ ଦିନ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ମୋଟାମୋଟି କହିବାକୁ ଗଲେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା, କମିଛି ଶୀତ । ମାଘ ମାସରେ ବାଘ ଭଳି ଶୀତ ହେବା କଥା । କିନ୍ତୁ ଏବେଠୁ ଖରା ତାତି ଦେହକୁ କାଟୁଛି । ଆଗକୁ ବୈଶାଖ ମାସରେ ଖରା କେତେ ପ୍ରଚଣ୍ଡ ହେବା ତାହା ଏବେଠୁ ଅନୁମାନ କରାଯାଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    60 %
    2.6kmh
    0 %
    Sat
    25 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ