Tuesday, December 2, 2025
15.2 C
Odisha

    ୨ରୁ ୪ ଡିଗ୍ରୀ ବଢ଼ିପରେ ତାପମାତ୍ରା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଜାନୁଆରୀରୁ ପ୍ରଭାବ ଦେଖାଇବାରେ ଲାଗିଲାଣି ଖରା । ଉପକୂଳରୁ ଆଭ୍ୟନ୍ତର ପର୍ଯ୍ୟନ୍ତ, ସବୁଆଡେ ଜଣାପଡିଲାଣି ଗରମର ପ୍ରଭାବ । ଦିନ ବା ରାତିରେ ଲୋକମାନେ ଫ୍ୟାନ୍ ଲଗାଇଲେଣି ।

    ତେବେ ରାଜ୍ୟରେ ଜାରି ରହିଛି ଗୁରୁଚାପ ବଳୟର ପ୍ରଭାବ । ଏହାର ପ୍ରଭାବରେ ଆସନ୍ତା ୫ ଦିନ ପାଗ ଶୁଖିଲା ରହିବ । ତାପମାତ୍ରା ବଢ଼ିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବାର ଆଶଙ୍କା ରହିଛି ।ଆସନ୍ତା ୩ ଦିନ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ମୋଟାମୋଟି କହିବାକୁ ଗଲେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା, କମିଛି ଶୀତ । ମାଘ ମାସରେ ବାଘ ଭଳି ଶୀତ ହେବା କଥା । କିନ୍ତୁ ଏବେଠୁ ଖରା ତାତି ଦେହକୁ କାଟୁଛି । ଆଗକୁ ବୈଶାଖ ମାସରେ ଖରା କେତେ ପ୍ରଚଣ୍ଡ ହେବା ତାହା ଏବେଠୁ ଅନୁମାନ କରାଯାଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    15.2 ° C
    15.2 °
    15.2 °
    58 %
    0.9kmh
    68 %
    Tue
    26 °
    Wed
    27 °
    Thu
    27 °
    Fri
    27 °
    Sat
    25 °

    ସମ୍ବନ୍ଧିତ