Thursday, May 15, 2025
33.3 C
Odisha

    ୨୦୨୪ ଲୋକସଭା ନିର୍ବାଚନରେ ହେଉଛି ମ୍ୟାଚ୍ ଫିକ୍ସିଂର ପ୍ରୟାସ, ରାହୁଲ ଗାନ୍ଧୀ

    ଆଗକୁ ପଢନ୍ତୁ

    ଦିଲ୍ଲୀର ରାମଲୀଳା ମଇଦାନରେ ଆଜି ଇଣ୍ଡିଆ ମେଣ୍ଟ ମହାର‌୍ୟାଲି କରୁଛି । ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ବିରୋଧୀ ମେଣ୍ଟର ଏହି ର‌୍ୟାଲିକୁ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ଭାବରେ ଦେଖାଯାଉଛି । ଏହି ର‌୍ୟାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି (ଏସପି)ମୁଖ୍ୟ ଶରଦ ପାୱାର ଓ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଯୋଗ ଦେଇଛନ୍ତି ।

    ଏହି ର‌୍ୟାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ମୋଦୀଜୀ ନିର୍ବାଚନରେ ମ୍ୟାଚ୍ ଫିକ୍ସିଂର ପ୍ରୟାସ କରୁଛନ୍ତି । ବିନା ଇଭିଏମ୍‌, ସୋସିଆଲ ମିଡିଆ ଓ ମିଡିଆ ଉପରେ ଚାପ ବିନା ସେ ୧୮୦ରୁ ଉପରକୁ ଯାଇପାରିବେ ନାହିଁ । କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି । ଏହା ବ୍ୟତିତ ଆୟର ସମସ୍ତ ସ୍ରୋତ ବନ୍ଦ କରିଦିଆଯାଇଛି ।

    ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଏବେ ଆଇପିଏଲ୍ ମ୍ୟାଚ୍ ଚାଲୁଛି । ଆପଣ ମ୍ୟାଚ୍ ଫିକ୍ସିଂ ବିଷୟରେ ଶୁଣିଥିବେ ଯେତେବେଳେ କି ବେଇମାନିରେ ଅମ୍ପାୟାର ଉପରେ ଚାପ ପକାଇ ମ୍ୟାଚ୍ ଜିତା ଯାଇଥାଏ । ଦେଶରେ ନିର୍ବାଚନ ସମୟରେ ଅମ୍ପାୟାର ମୋଦୀ ଆମର ୨ ଖେଳାଳୀଙ୍କୁ ଭିତରେ ବନ୍ଦ କରି ଦେଇଛନ୍ତି । ଏହାର ଅର୍ଥ ସେ ବେଇମାନି କରି ନିର୍ବାଚନ ଜିତିବାକୁ ଚାହୁଁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.3 ° C
    33.3 °
    33.3 °
    42 %
    0.4kmh
    17 %
    Thu
    40 °
    Fri
    42 °
    Sat
    42 °
    Sun
    42 °
    Mon
    41 °

    ସମ୍ବନ୍ଧିତ