Friday, May 30, 2025
26.4 C
Odisha

୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଆଗକୁ ପଢନ୍ତୁ

ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଆଜି ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ମେହାନ ମାଝୀ ସୁନ୍ଦରଗଡ଼ରେ ମହିଳାଙ୍କ ବ୍ୟାଙ୍କ ଖାତାକୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି । ଏହି ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀଙ୍କ ଖାତାକୁ ଟଙ୍କା ପଠାଇଛନ୍ତି ରାଜ୍ୟ ସରକାର। ଆଜି ସୁଭଦ୍ରା ଟଙ୍କା ପାଇଥିବା ହିତାଧିକାରୀଙ୍କ ମଧ୍ୟରେ ଯୋଜନାରୁ ବାଦ ପଡ଼ିଥିବା କିଛି ଆବେଦନକାରୀ ଅଛନ୍ତି ।
ବିଭିନ୍ନ କାରଣରୁ ଯୋଜନାରୁ ବାଦ ପଡିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଯାଞ୍ଚ କରାଯାଇଥିଲା । ସେଥିରୁ ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆଜି ପ୍ରଦାନ କରାଯାଇଥିବା ପର୍ଯ୍ୟାୟରେ ସାମିଲ କରାଯାଇଛି । ଏଥିପାଇଁ ବିଡିଓଙ୍କୁ ନୋଡାଲ ଏଜେନସି ଦାୟିତ୍ୱ ଦିଆଯାଇଥିଲା । ସେହିପରି ୫ ଲକ୍ଷ ଆବେଦନ ମିସମ୍ୟାଚ ହୋଇଥିବାରୁ ସେମାନେ ଏଥର ସାମିଲ ହେବେ ନାହିଁ । ସେମାନଙ୍କ ଆକାଉଣ୍ଟ ଆଧାର ଲିଙ୍କରେ ସମସ୍ୟା ଅଛି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରାଇବା ପରେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ଏହାର ସଚେତନତା ଲାଗି ସରକାରୀ ଅଧିକାରୀ ଘରକୁ ଯିବେ । ବାଦ ପଡିଥିବା ହିତାଧିକାରୀଙ୍କୁ ସାମିଲ କରିବା ଯାଏଁ ପ୍ରକ୍ରିୟା ଜାରୀ ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
moderate rain
26.4 ° C
26.4 °
26.4 °
87 %
2.4kmh
100 %
Fri
27 °
Sat
37 °
Sun
39 °
Mon
38 °
Tue
39 °

ସମ୍ବନ୍ଧିତ