Monday, October 19, 2026
21.6 C
Odisha

    ୨୬ରେ ସ୍ମାର୍ଟ ମିଟର ବିରୁଦ୍ଧରେ ସାରା ଦେଶରେ ହେବ ଆନ୍ଦୋଳନ

    ଆଗକୁ ପଢନ୍ତୁ

    ଆସନ୍ତା ୨୬ ତାରିଖ ଦିନ ସାରା ଦେଶ ରେ ସ୍ମାର୍ଟ ମିଟର ବିରୁଦ୍ଧରେ ଆନ୍ଦୋଳନ ଏକ ଉଗ୍ର ରୂପ ନେବାକୁ ଯାଉଛି। ସଂଯୁକ୍ତ କିଶାନ ମୋର୍ଚ୍ଚା ଏକ ପ୍ରେସ ବାର୍ତ୍ତା ଦେଇଥିବା ରାଜ ବୋଡାସମ୍ବର କୃଷକ ସଂଗଠନ ଆଇନ ପରାମର୍ଶ ଦାତା ଅଜିତ ଶତପଥୀ କହିଛନ୍ତି ଯେ ବରଗଡ଼ ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ସାରା ଭାରତରେ ଉଗ୍ର ରୂପ ନେବାକୁ ଯାଉଛି। ବରଗଡ଼ ଜିଲ୍ଲାରେ ଚାଲିଥିବା ବିଦ୍ୟୁତର ଘରୋଇ କାରଣ ସହିତ ସ୍ମାର୍ଟ ମିଟର ପ୍ରତ୍ୟାହାରକୁ ପ୍ରଶଂସା କରିଥିବା ବେଳେ ଏହି ଆନ୍ଦୋଳନ ଦେଶ ପାଇଁ ଐତିହାସିକ ବୋଲି ମୋର୍ଚ୍ଚା ବର୍ଣନା କରିଛନ୍ତି।

    ଘଟଣା ସମ୍ବନ୍ଧରେ ଉଲେଖ କାରି ପ୍ରକାଶିତ ତଥ୍ୟ ଅନୁଯାୟୀ ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୫ ହଜାର ସ୍ମାର୍ଟ ମିଟର ଘରୋଉ ଉପଭୋକ୍ତା ଏବଂ ଚାଷୀ ମାନେ ବିଭିନ୍ନ ବ୍ଲକ ର ସ୍ୱଇଛା ରେ ଖୋଲି ଆଣି ଟାଟା ପାୱାର ଅଫିସ ଶାନ୍ତିପୂର୍ଣ, ଅହିଂସାତ୍ମକ, ଗଣତାନ୍ତ୍ରିକ ପଦ୍ଦତି ରେ ଫେରାଇ ଦେଇଛନ୍ତି। ଯାହା ସମଗ୍ର ଓଡିଶା ତଥା ଦେଶ ରେ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି। ୨୦୨୨ ରେ ମୋଦି ସରକାର ଙ୍କ ନୂତନ ବିଦ୍ୟୁତ ସଂସ୍କାର ବିଲ ନାଁରେ ଘରୋଇ କରଣ ପ୍ରକ୍ରିୟା କୁ ସଂଯୁକ୍ତ କିସାନ ମୋର୍ଚ୍ଚା ବିରୋଧ କରିଆସୁଛି । କାରଣ ଘରୋଇକରଣ ହେଲେ ବିଦ୍ୟୁତ ଦେୟ ବୃଦ୍ଧି, ସରକାରୀ ସବସିଟି ବନ୍ଦ, ମନମୁଖୀ ବିଦ୍ୟୁତ ନିୟନ୍ତ୍ରଣ ହେବ ଏଣୁ ସାଧାରଣ ଲୋକ ଏହି ମୌଳିକ ସୁବିଧା ରୁ ବଞ୍ଚିତ ହେବେ ତା ସହ ଅନେକ ଆର୍ଥିକ ଶୋଷଣ ର ଶିକାର ହେବାର ସମ୍ଭାବନା ଯଥେଷ୍ଟ ଅଛି । ତେଣୁ ଦେଶରେ ବିଦ୍ୟୁତ ଘରୋଇକରଣ ବିରୋଧ ରେ ଚାଲିଥିବା ଆନ୍ଦୋଳନଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ ସହାନୁଭୂତି ଏବଂ ସମର୍ଥନ ଦେଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ