ଧର୍ମଶାଳା : ଯାଜପୁର ଜିଲ୍ଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ ଶେଷ ହେବାକୁ ଯାଉଛି। ଏହି ମହୋତ୍ସବରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏହି ପଡ଼ିଆରେ ବ୍ୟବସାୟ କରିବା ପାଇଁ ସୋମବାର ଦିନ ବ୍ୟବସାୟୀଙ୍କ ଏକ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଧାଡ଼ିରେ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ। ଇଚ୍ଛୁକ ବ୍ୟବସାୟୀମାନେ ୨୧ତାରିଖରୁ ୨୩ତାରିଖ ମଧ୍ୟରେ କମିଟି କାର୍ଯ୍ୟାଳୟରେ ସେମାନଙ୍କ ଆଧାର କାର୍ଡ ଓ ଦେୟ ଦାଖଲ କରି ସେମାନଙ୍କ ସ୍ଥାନ ପାଇଁ ରସିଦ ଦିଆଯିବାର ବ୍ୟବସ୍ଥା ରହିଛି।

