Saturday, May 4, 2024
38.4 C
Odisha

    ୨୫୦ ATO ନିଯୁକ୍ତି: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ଅନଲାଇନ୍ ରେଜିଷ୍ଟ୍ରେସନ ଆରମ୍ଭ

    ଆଗକୁ ପଢନ୍ତୁ

    ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ବେଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ (ଡିଟିଇଟି) ଅଧିନରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର (ଏଟିଓ)ଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବ ବେଳେ ଏବେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

    ଏନଟିସି / ଏନଏସି ଧାରୀଙ୍କ ପାଇଁ ୧୨୫ଟି ଓ ଡିପ୍ଲୋମା / ଡିଗ୍ରୀ ଧାରୀଙ୍କ ପାଇଁ ୧୨୫ଟି ପଦ ଖାଲି ରହିଛି । ପ୍ରଥମ ପଦ ପାଇଁ ପ୍ରାର୍ଥୀ ଏନଟିସି / ଏନଏସି/ ଆଇଟିଆଇ ପାସ କରିଥିବା ଆବଶ୍ୟକ । ସେହିପରି ଦ୍ୱିତୀୟ ପଦ ପାଇଁ ପ୍ରାର୍ଥୀ ସର୍ବଭାରତୀୟ ବୈଷିୟକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ / ବୋର୍ଡ/ ୟୁନିଭରସିଟିରୁ ଡିପ୍ଲୋମା / ବି.ଇ/ ବି.ଟେକ ପାସ୍ କରିଥିବା ଆବଶ୍ୟକ ।

    ଏଟିଓ (ଏନଟିସି / ଏନଏସି ହୋଲଡର) ପ୍ରାର୍ଥୀଙ୍କୁ କୋପା, ଡ୍ରେସ ମେକିଂ, ଇଲେକ୍ଟ୍ରିସିଆନ, ଫିଟ୍ଟର, ଇନଷ୍ଟୁମେଣ୍ଟ ମେକାନିକ, ମେସିନିଷ୍ଟ, ପ୍ଲମ୍ବର, ଟର୍ଣ୍ଣର, ୱେଲଡର, ଟର୍ଣ୍ଣର ଆଦି ୧୬ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ସେହିପରି ଏଟିଓ (ଡିପ୍ଲୋମା / ଡିଗ୍ରୀ ହୋଲଡର) ପ୍ରାର୍ଥୀଙ୍କୁ କୋପା, ଡ୍ରଟସମ୍ୟନ ମେକାନିକାଲ, ଇଞ୍ଜିନିୟରିଂ ଡ୍ରଇଂ, ୱେୟାରମ୍ୟାନ, ଟର୍ଣ୍ଣର, ମେକାନିକ ମୋଟର ଭେହିକିଲ, ୱେଲଡର ଆଦି ୧୯ ପ୍ରକାର ପଦରେ ନିଯୁକ୍ତି ଦିଆଯିବ । ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏପ୍ରିଲ ୧୪ରୁ ମେ ୧୫ ମଧ୍ୟରେ ଅନଲାଇନ୍ ପଞ୍ଜିକରଣ କରାଯିବ । ଅନଲାଇନ୍ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ମେ ୧୮ ଓ ଅନଲାଇନ୍ ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ମେ ୨୧ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    24 %
    1.5kmh
    9 %
    Sat
    42 °
    Sun
    44 °
    Mon
    45 °
    Tue
    39 °
    Wed
    40 °

    ସମ୍ବନ୍ଧିତ