Thursday, April 2, 2026
28.9 C
Odisha

    ୨୬ରେ ବାତ୍ୟା ସୃଷ୍ଟି ହେବ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆଉ ଦିନକ ପରେ ସୃଷ୍ଟି ହେବ ବାତ୍ୟା ସେନ୍ୟାର ।  ମାଲାକା ଷ୍ଟ୍ରେଟ୍ ଓ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହେଉଛି । ଏହା ଏବେ ସୁଦୃଶ୍ୟ ଲଘୁଚାପର ରୂପରେ ରହିଛି । ଆଜି ଅବପାତର ରୂପ ନେବ। ଅଧିକ ଘନୀଭୂତ ହୋଇ ଦିନକ ପରେ ଅର୍ଥାତ ୨୬ ତାରିଖରେ ସୃଷ୍ଟି ହେବ ବାତ୍ୟା ।

    ବାତ୍ୟା ସୃଷ୍ଟି ହେବା ନେଇ ଆଇଏମଡିର ଆକଳନ ଆସି ସାରିଛି। ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ସେନ୍ୟାର। ଏହାର ଗତିପଥ ନେଇ ଏପର୍ଯ୍ୟନ୍ତ ସଠିକ ଆକଳନ ହୋଇନି। ୨୬ କିମ୍ବା ୨୭ ତାରିଖ ଆଡ଼କୁ ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମଡି କହିଛି। ଓଡ଼ିଶା ବିପଦମୁକ୍ତ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନି। ତେବେ ଆନ୍ଧ୍ର ପ୍ରଦେଶରୁ ମ୍ୟାମାର ପର୍ଯ୍ୟନ୍ତ ଏହାର ପ୍ରଭାବ ରହିପାରେ। ଅର୍ଥାତ ଆନ୍ଧ୍ରରୁ ଆରମ୍ଭ ହୋଇ ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଓ ମ୍ୟାମାରରେ କେଉଁ ଆଡ଼େ ମଧ୍ୟ ଗତି କରିପାରେ ସମ୍ଭାବ୍ୟ ବାତ୍ୟା।

    ସେପଟେ ଶ୍ରୀଲଙ୍କା ଉପକୂଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏହା କେତେ ଘନୀଭୂତ ହେବ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଅନ୍ୟପଟେ ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ଦକ୍ଷିଣ ଥାଇଲାଣ୍ଡରେ ଭୀଷଣ ବର୍ଷା ହେଉଛି। ଲଗାଣ ବର୍ଷାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.9 ° C
    28.9 °
    28.9 °
    45 %
    2.2kmh
    81 %
    Thu
    29 °
    Fri
    40 °
    Sat
    38 °
    Sun
    36 °
    Mon
    39 °

    ସମ୍ବନ୍ଧିତ