Friday, October 16, 2026
23.1 C
Odisha

    ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ଲାଙ୍କ ଫାୟାରିଂ, ଅଳ୍ପକେ ବର୍ତ୍ତିଯାଇଛନ୍ତି ଶିକ୍ଷକ ଓ ତାଙ୍କ ପରିବାର

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବ୍ଲାଙ୍କ ଫାୟାରିଂ ।  କେନ୍ଦ୍ରାପଡ଼ା ସଦର ଥାନା ଗରାପୁରରେ ଘଟିଛି ଘଟଣା । ଜଣେ କାର୍ଯ୍ୟରତ ଶିକ୍ଷକଙ୍କ ପରିବାରଙ୍କ ଘର ପାଖରେ କିଛି ଦୁର୍ବୃତ୍ତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଫାଙ୍କା ଗୁଳିଚାଳନା କରିଥିଲେ । ଅଳ୍ପକେ ବର୍ତ୍ତିଯାଇଛନ୍ତି ଶିକ୍ଷକ ମନୋଜ ରାଉତରାୟ ଓ ତାଙ୍କ ପରିବାର ।  ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଫାଙ୍କା ଗୁଳିଚାଳନା କରିଥିବା ସୂଚନା ।

    ହୋଟେଲ ଦିପ୍ୟାଲେସ ନିକଟସ୍ଥ ମଦ ଦୋକାନ ନିକଟରେ ଥିବା ଏକ ଦୋକାନୀ ଶିବୁ, ଶିକ୍ଷକ ମନୋଜ ଓ ତାଙ୍କ ପରିବାରଙ୍କୁ ଗାଳି ଗୁଲଜ କରିବା ସହ ବଟି ମାଗିଥିଲା ।  ପ୍ରତିବାଦ କରିବାରୁ ଶିବୁ ବନ୍ଧୁକ ଦେଖାଇ ଏକ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲା ।  ଥାନରେ ଅଭିଯୋଗ ପରେ ସଦର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.1 ° C
    23.1 °
    23.1 °
    93 %
    1.6kmh
    39 %
    Fri
    23 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ