Friday, August 21, 2026
25.8 C
Odisha

    ୨୮ରେ ମିଳିବ ସୁଭଦ୍ରା ଟଙ୍କା! ଆସିଲା ବଡ଼ ଅପଡେଟ୍

    ଆଗକୁ ପଢନ୍ତୁ

    ଅଗଷ୍ଟ ୨୭ ନୁହେଁ, ଅଗଷ୍ଟ ୨୮ ତାରିଖରେ ମିଳିବ ସୁଭଦ୍ରା ଟଙ୍କା । ରାଖି ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳା ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି । ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏଥର ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କ ଖାତାକୁ ସୁଭଦ୍ରା ଟଙ୍କା ଯିବ । ଅର୍ଥାତ୍, ଯେଉଁ ମହିଳାମାନେ ଏହି କିସ୍ତି ପାଇବାକୁ ଯୋଗ୍ୟ, ସେମାନଙ୍କ ଆକାଉଣ୍ଟକୁ ରକ୍ଷାବନ୍ଧନ ଦିନ ଅର୍ଥରାଶି ପଠାଯିବ ।ସବୁଠାରୁ ବଡ଼ କଥା ହେଉଛି, ଏଥର ୨ ଲକ୍ଷ ୨୧ ହଜାର ୫୪ ଜଣ ହିତାଧିକାରୀ ପ୍ରଥମ ଥର ପାଇଁ ସୁଭଦ୍ରା ଟଙ୍କା ପାଇବେ । ଅର୍ଥାତ୍, ପୂର୍ବରୁ ଯେଉଁମାନେ ଟଙ୍କା ପାଇନଥିଲେ, ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହୋଇଥିବା ହିତାଧିକାରୀଙ୍କୁ ଏଥର ସାମିଲ କରାଯାଇଛି । ଆଉ ଯେଉଁ ହିତାଧିକାରୀଙ୍କର ଏକାଧିକ କିସ୍ତି ବାକି ରହିଛି, ସେମାନଙ୍କୁ ମଧ୍ୟ ଫିଲ୍ଡ ଯାଞ୍ଚ ପରେ ବକେୟା ସମସ୍ତ କିସ୍ତି ମିଳିବ ବୋଲି ସୂଚନା ମିଳିଛି । ତେବେ ଯେଉଁ ହିତାଧିକାରୀମାନେ ପଞ୍ଚମ କିସ୍ତିରୁ ବଞ୍ଚିତ ହେବେ, ସେମାନଙ୍କୁ ପଞ୍ଚମ କିସ୍ତି ଦେବାର ପ୍ରାୟ ଏକ ମାସ ପରେ ଟଙ୍କା ଦିଆଯିବ । ପୂର୍ବରୁ ଚତୁର୍ଥ କିସ୍ତିରେ ପ୍ରାୟ ୧ କୋଟି ୪ ଲକ୍ଷ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇଥିବା ବେଳେ, ଏଥର ପଞ୍ଚମ କିସ୍ତିରେ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣଙ୍କୁ ଟଙ୍କା ମିଳିବ। ତେଣୁ ଅଗଷ୍ଟ ୨୭ ନୁହେଁ, ଅଗଷ୍ଟ ୨୮ ରକ୍ଷାବନ୍ଧନ ଦିନ ଆପଣଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.8 ° C
    25.8 °
    25.8 °
    91 %
    1.3kmh
    98 %
    Fri
    27 °
    Sat
    26 °
    Sun
    28 °
    Mon
    26 °
    Tue
    30 °

    ସମ୍ବନ୍ଧିତ