Thursday, September 10, 2026
23.9 C
Odisha

    ପ୍ରଣବଙ୍କ ପରଲୋକରେ ନବୀନଙ୍କ ଶୋକ, କହିଲେ ‘ଚିରସ୍ମରଣୀୟ ଅବଦାନ’

    ଆଗକୁ ପଢନ୍ତୁ

    ଓଡ଼ିଆ ସଂଗୀତ ଜଗତରୁ ଆସିଛି ଏକ ଦୁଃଖଦ ଖବର । ବର୍ଷୀୟାନ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଜଣେ ଦୁଃଖିତ ବୋଲି ନବୀନ କହିଛନ୍ତି ।ତାଙ୍କ ସୁମଧୁର ସ୍ୱରରେ ଗାଇଥିବା ଅନେକ ଓଡ଼ିଆ ସଂଗୀତ ଲୋକଙ୍କ ହୃଦୟରେ କାଳଜୟୀ ହୋଇ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି । ସଂଗୀତ ଜଗତକୁ ସମୃଦ୍ଧ କରିବାରେ ପ୍ରଣବ ପଟ୍ଟନାୟକଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ନବୀନ କହିଛନ୍ତି । ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ଓ ସମ୍ପର୍କୀୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରୁଛି ବୋଲି ନବୀନ ତାଙ୍କ ପୋଷ୍ଟରେ ଲେଖିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    96 %
    1.1kmh
    100 %
    Thu
    24 °
    Fri
    27 °
    Sat
    28 °
    Sun
    29 °
    Mon
    29 °

    ସମ୍ବନ୍ଧିତ