Tuesday, March 31, 2026
38.2 C
Odisha

    ୨୯୪ କୋଟି ଟଙ୍କାରେ ବିଶାଳ ବଙ୍ଗଳା କିଣିଲେ ଏଲନ୍ ମସ୍କ

    ଆଗକୁ ପଢନ୍ତୁ

    ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରି ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ଏଲନ୍‌ ମସ୍କ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ଟେକ୍ସା୍‌ସରେ ନିଜର ରିୟଲ ଇଷ୍ଟେଟ୍ ଭେଞ୍ଚର ପାଇଁ ଚର୍ଚ୍ଚାର କେନ୍ଦ୍ରକୁ ଆସିଛନ୍ତି। ମସ୍କ ନିଜ ୧୧ ପିଲା ଏବଂ ବଡ଼ ପରିବାର ପାଇଁ ଏକ ବିଶାଳ ବଙ୍ଗଳା କିଣିଛନ୍ତି । ଏହି ବିଶାଳ ବଙ୍ଗଳା ଟକ୍ସନରୁ ପ୍ରେରିତ ଡିଜାଇନ ଏବଂ ମସ୍କଙ୍କ ପୂରା ପରିବାର ରହିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି। ମସ୍କଙ୍କ ପରିବାରରେ ତାଙ୍କ ଏକ୍ସପାର୍ଟନର ଏବଂ ସନ୍ତାନ ଅଛନ୍ତି । ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ମସ୍କ ୩୫ ନିୟୁତ ଡଲାର (୨୬୪.୨୯ କୋଟି ଟଙ୍କା)ରେ ୧୪,୪୦୦ ବର୍ଗ ଫୁଟ ଅଞ୍ଚଳରେ ଏହି ବିଶାଳ ବଙ୍ଗଳା ବ୍ୟାପ୍ତ। ସାର୍ବଜନୀନ ରିପୋର୍ଟ ଅନୁସାରେ ଏହି ସମ୍ପତ୍ତି ନିକଟରେ ଆଉ ଏକ ୬ ବେଡ୍‌ରୁମ୍ ଥିବା ମହଲ ମଧ୍ୟ ମସ୍କ କଣିଛନ୍ତି। କଥିତ ରୂପେ ମସ୍କ ନିଜ ପିଲାଙ୍କ ଦୁଇ ମାଆଙ୍କୁ ଏହି ଘରେ ରଖିବାକୁ ଚାହୁଁଛନ୍ତି। ଏପରି କରିବା ଦ୍ୱାରା ପିଲାମାନେ ପରସ୍ପରର ଜୀବନରେ ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇପାରିବେ। ଏହାଛଡା ମସ୍କ ମଧ୍ୟ ନିଜ ପିଲାଙ୍କ ସହ ସମୟ ବିତାଇପାରିବେ। ରିପୋର୍ଟ ଅନୁସାରେ ନୂଆ ବଙ୍ଗଳାଠାରୁ ୧୦ ମିନିଟ୍ ଦୂରରେ ମସ୍କ ଅନ୍ୟ ଏକ ଘରେ ରହୁଛନ୍ତି। ମସ୍କଙ୍କ ପିଲାଙ୍କ ମଧ୍ୟରୁ ଶିଭୋନ ଜିଲିସ ନୂଆ ଘରେ ରହିବା ଆରମ୍ଭ କରିଛନ୍ତି। ଶିଭୋନ ଜିଲିସଙ୍କଠାରୁ ମସ୍କ ନିଜର ୧୧ତମ ସନ୍ତାନକୁ ଦୁନିଆକୁ ସ୍ୱାଗତ କରିଥିଲେ। ଅନ୍ୟପଟେ ମସ୍କଙ୍କ ତିନି ସନ୍ତାନର ମାଆ ଥିବା କ୍ଲେୟର ବାଉଚର ମଧ୍ୟ ଏଠାକୁ ଶିଫ୍ଟ ହେବାକୁ ଯାଉଛନ୍ତି। ବର୍ତ୍ତମାନ ମସ୍କଙ୍କ ସହ ତାଙ୍କର ଆଇନଗତ ବିବାଦ ଥିବାରୁ ସେ ଏଥିରେ ଦୂରେଇ ରହିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଟେଲସା ପ୍ରତିଷ୍ଠାତାଙ୍କ ୧୧ ସନ୍ତାନ ଥିବା କୁହାଯାଉଛି, ତେବେ କିଛି ରିପୋର୍ଟ ଅନୁସାରେ ତାଙ୍କର ୧୨ ସନ୍ତାନ ଅଛନ୍ତି। ଏହି ସନ୍ତାନମାନେ ମସ୍କଙ୍କ ତିନି ଜଣ ସ୍ତ୍ରୀଙ୍କର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.2 ° C
    38.2 °
    38.2 °
    20 %
    3.1kmh
    0 %
    Tue
    38 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ