Monday, April 13, 2026
28.8 C
Odisha

    ୨ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କଲେ କୁନି ପ୍ରତିଭା ବିବେକ

    ଆଗକୁ ପଢନ୍ତୁ

    ରାଇକିଆ: ବୟସ ମାତ୍ର ୨ବର୍ଷ ଏଗାର ମାସ । ଖନେଇ ଖନେଇ କଥା କହୁଛନ୍ତି ଏଇ କୁନି ପିଲାଟି । ହେଲେ ବୁଦ୍ଧି ତାଙ୍କର ବିଚକ୍ଷଣ । ଠିକ୍ ରେ କଥା କହିପାରୁ ନାହାଁନ୍ତି । କହିଲା ବେଳେ ପାଟି ଲାଖି ଯାଉଛି । ତଥାପି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଛନ୍ତି । ମାତ୍ର ୨ବର୍ଷ ଏଗାର ମାସ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଛନ୍ତି ରାଇକିଆ ସ୍ଥିତ ମାଦିନାଜୁ ସାହିର ପ୍ରମୋଦ କୁମାର ନାୟକ ଏବଂ ଦମୟନ୍ତୀ ନାୟକଙ୍କ ପୁଅ ବିବେକ କୁମାର ନାୟକ ।

    ବିବେକ ବର୍ତ୍ତମାନ ରାଇକିଆ ଅଲିମାହା ସ୍ଥିତ ଏକ ଘରୋଇ ମୋ ଜୁନିୟର ଶିକ୍ଷାନୁଷ୍ଠାନରେ ନର୍ସରୀ ପାଠ ପଢୁଥିବା ବେଳେ ତାଙ୍କୁ ସମ୍ମାନ ଦେବା ସହ ଶୁଭେଛା ଜଣାଇଛନ୍ତି ପ୍ରିନ୍ସପାଲ । ବିବେକ ୨୯ଟି ରାଜ୍ୟର ନାମ ସହିତ ରାଜଧାନୀ , ୩୦ ଟି ଜିଲ୍ଲାର ନାମ , ମାସ , ସପ୍ତାହ , ଇନ୍ଦ୍ରଧନୁର ସାତଟି ରଙ୍ଗ, ଶରୀର ଅଙ୍ଗ ପ୍ରତ୍ୟଙ୍ଗ , ୧୫ ଟି ଜାତୀୟ ସଙ୍ଗୀତ , A- z , ୩୦ଟି ଜୀବଜନ୍ତୁ ର ନାମ ୨୦ଟି ଫୁଲର ନାମ , ଦିଗ , ଜାତୀୟ ସଙ୍ଗୀତ ହିନ୍ଦି , ଇଂରାଜୀ , ୧୫ଟି ନର୍ସରୀ ଗୀତ ନିର୍ଭୁଲ ଭାବେ କହି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ମେଡାଲ ହାସଲ କରିଛନ୍ତି । ଏଥିପାଇଁ ତାଙ୍କୁ ମିଳିଛି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ମେଡାଲ । ବିବେକଙ୍କ ଏଭଳି ପ୍ରତିଭାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଯେଉଁ ବୟସରେ ଖେଳକୁଦ କରି ସମୟ କଟାଇବା କଥା ସେହି ବୟସରେ ସାଉଁଟୁଛନ୍ତି ପ୍ରଶଂସା ।

    ଏତେ କମ ବୟସରେ ଏତେ ବଡ଼ କାମ କରି ଦେଇଛନ୍ତି । କିଛି କରି ଦେଖାଇବାର ଇଚ୍ଛା ଶକ୍ତି ବୟସକୁ ପଛରେ ପକାଇଛି । ନିଜ ବୁଦ୍ଧି ଏବଂ ଆତ୍ମବିଶ୍ବାସ ପାଇଁ କୁନି ପିଲାଟି ଆଜି ଏକ ବିରଳ ରେକର୍ଡର ଅଧିକାରୀ ହୋଇ ପାରିଛନ୍ତି । ତାଙ୍କ ପାଇଁ ଗର୍ବିତ ବାପା ମା’ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଆଗକୁ ବି ବିବେକଙ୍କର ସଫଳତା ଜାରି ରହୁ ଏହା ହିଁ ସମସ୍ତଙ୍କର ଆଶା ।ମାତ୍ର ୨ବର୍ଷ ଏଗାର ମାସ ବୟସରେ ମୋବାଇଲ ରେ ଗୁଗୁଲ ସର୍ଚ୍ଚ କରି ଜ୍ଞାନ ଅର୍ଜନ କରିବା ଛୋଟିଆ କଥା ନୁହେଁ । ରାଇକିଆ ଅଞ୍ଚଳରେ କୁନି ପ୍ରତିଭା ବିବେକ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ହାସଲ କରିଥିବାରୁ ସେନେଇ ପରିବାର ଲୋକେ ଏବଂ ଅଞ୍ଚଳବାସୀ ବେଶ ଗର୍ବିତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ