Wednesday, November 5, 2025
27.8 C
Odisha

    ୨ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା

    ଆଗକୁ ପଢନ୍ତୁ

    ଜଳେଶ୍ବର : କଳା ବାଇକରେ ଆସି ୨ ଲକ୍ଷ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଲେ ଲୁଟେରା । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଦୁଡ଼ପଳ ଗ୍ରାମର ସତୀଶ ଚନ୍ଦ୍ର ସେଠି ବ୍ୟାଙ୍କରୁ ଟଙ୍କା ଧରି ଫେରୁଥିଲେ । ଏହି ସମୟରେ ୨ ଜଣ ଦୁର୍ବୃତ୍ତ କଳା ରଙ୍ଗର ମୋଟର ସାଇକେଲରେ ଆସି ୨ ଲକ୍ଷ ଟଙ୍କା ଥିବା ବ୍ଯାଗ ଝାମ୍ପି ନେଇ ଚମ୍ପଟ ମାରିଥିଲେ ।

    ସୂଚନା ଅନୁଯାଇ, ଦୁଡପଳ ଗ୍ରାମର ସତୀଶ ଚନ୍ଦ୍ର ସେଠି ୨ ଲକ୍ଷ ଟଙ୍କା ନେଇ ଥାନା ଛକ ସ୍ଥିତ ୟୁକୋ ବ୍ୟାଙ୍କକୁ ଜମା ପାଇଁ ଯାଇଥିଲେ । ମାତ୍ର ବ୍ୟାଙ୍କରେ ଇ କେ ୱାଇ ସି ଅସୁବିଧା ଥିବାରୁ ଟଙ୍କା ଜମା ନ କରି ପାରି ଅଟୋରେ ଘରକୁ ଫେରୁ ଥିଲେ । ଅଟୋରୁ ଓଲ୍ହାଇବା ପରେ ୨ ଜଣ ଦୁର୍ବୃତ୍ତ କଳା ବାଇକରେ ଆସି ବ୍ୟାଗରେ ଥିବା ୨ ଲକ୍ଷ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଥିଲେ । ଏ ନେଇ ସତୀଶ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପରେ ପୋଲିସ ସିସି ଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.8 ° C
    27.8 °
    27.8 °
    43 %
    3.1kmh
    0 %
    Wed
    27 °
    Thu
    28 °
    Fri
    28 °
    Sat
    27 °
    Sun
    25 °

    ସମ୍ବନ୍ଧିତ